ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ

Published By : Harapriya Sethi | April 27, 2025 8:37 AM

ଭୁବନେଶ୍ୱର,୨୭/୦୪: ଯାଜପୁରରେ ଲଜ୍ୟା। ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କୁ ନିର୍ମମ ଭାବେ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା ସହ ଭୟଭୀତ ହୋଇ ଘଟଣା ପ୍ରକାଶ କରିବାକୁ ସକ୍ଷମ ହୋଇନଥିଲେ । ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ମଧ୍ୟ ପୁଲିସକୁ ସଫଳତା ମିଳିପାରିନି।  

ସୂଚନା ମୁତାବକ, ଗତ ୨୨ ତାରିଖ ସଂଧ୍ୟା ସମୟରେ ଯାଜପୁର ଟାଉନ ଥାନା ନିକଟ ଗାନ୍ଧୀ ଛକ ଠାରେ ଜଣେ କର୍ମଜୀବୀ ମହିଳା ଘରକୁ ଯିବାକୁ ଗାଡିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅଟୋ ଚାଳକ ମହିଳାଙ୍କୁ ଘର ପାଖ ବଜାରରେ ଛାଡି ଦେବାକୁ କହି ଡାକିଥିଲେ। ପୂର୍ବରୁ ଗାଡିରେ ୨ ଜଣ ଯୁବକ ବସିଥିବା ବେଳେ ମହିଳା ଜଣକ ଗାଡିରେ ଆସିଥିଲେ । ଅଟୋରେ କିଛି ବାଟ ଗଲା ପରେ ଯୁବକ ଦ୍ୱୟ ଗାଡି ଭିତରେ ମହିଳାଙ୍କ ପ୍ରତି ଦୁବ୍ୟବହାର କରିଥିଲେ। ମହିଳାଙ୍କ ଓଡଣୀରେ ତାଙ୍କ ମୁହଁ ବାନ୍ଧିବା ସହ ହାତକୁ ମଧ୍ୟ ବାନ୍ଧି ପକାଇଥିଲେ। ସେମାନେ ଯାଜପୁର ସହର ସଂଲଗ୍ନ ଏକ ନିଛାଟିଆ ଜାଗାକୁ ନେଇଥିବା ବେଳେ ସେଠାରେ ପୂର୍ବରୁ ୩ ଜଣ ମଦ୍ୟପ ଯୁବକ ଉପସ୍ଥିତ ରହିଥିଲେ। ପରେ ସମସ୍ତେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହ ମାଡ ମାରିଥିଲେ। ମହିଳା ଦୌଡି ପଳାଇବାକୁ ଉଦ୍ୟମ କରିବାରୁ ମାରଣାସ୍ତ୍ରରେ ତାଙ୍କ ପିଠି, ହାତକୁ ହାଣି ପକାଇବା ସହ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି । ପରେ ତାଙ୍କୁ କିଛି ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ୭୨ ଘଣ୍ଟା ବିତିଥିବା ବେଳେ ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଏହି ଘଟଣା ପରେ ଯାଜପୁରରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.