ଭୁବନେଶ୍ୱର୦୮/୭: ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂସ୍ଥାପନକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍‌ ନର୍ସିଂ କଲେଜରେ ସୋମବାର ଠାରୁ ଏକ ୬-ଦିନିଆ କର୍ମଶାଳା ଆରମ୍ଭ ହୋଇଛି । କଲେଜର ୧ମ ବର୍ଷ ଏମ୍‌.ଏସ୍‌.ସି (ନର୍ସିଂ) ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି କର୍ମଶାଳା ଜାତୀୟ ସ୍ୱାସ୍ଥ୍ୟ ନୀତିର ପର୍ଯ୍ୟାଲୋଚନା ନିମନ୍ତେ ଅଭିପ୍ରେତ ।

ଏହି କର୍ମଶାଳାକୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଉଦ୍‌ଘାଟନ କରି ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ସମ ନର୍ସିଂ କଲେଜର ଡିନ୍‌ ପ୍ରଫେସର ସସ୍ମିତା ଦାସ ସ୍ୱାସ୍ଥ୍ୟ ସେବା ପରିପ୍ରେକ୍ଷୀରେ ଏହି କର୍ମଶାଳାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ । କର୍ମଶାଳାର ସଂଯୋଜକ ପ୍ରଫେସର ତପତୀ ସାହା ଏହାର ପ୍ରସଙ୍ଗକୁ ନେଇ ବକ୍ତବ୍ୟ ରଖିଥିଲେ । ଏଥିରେ ୭୭ ଜଣ ବି.ଏସ୍‌.ସି (ନର୍ସିଂ) ୩ୟ ବର୍ଷ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଛାତ୍ରଛାତ୍ରୀ ସଂଯୋଜକ ଶ୍ରୀମତି ରୋଜାଲିନ୍‌ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।