ଭୁବନେଶ୍ୱର, ୨୩/୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ, ଫୁଲନଖରା କ୍ୟାମ୍ପସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠାନର ମାଇକ୍ରୋବାୟୋଲୋଜି ବିଭାଗ ତରଫରୁ ବିଶ୍ୱ ଏଏମ୍‌ଆର୍‌ ସଚେତନତା ସପ୍ତାହ ପାଳନ କରାଯାଇଛି ।  ଚଳିତ ବର୍ଷର ଥିମ୍‌ “ଏଜୁକେଟ୍‌, ଆଡଭୋକେଟ୍‌ ଆଣ୍ଡ ଆକ୍ଟ ନାଓ” ଜରିଆରେ ଲୋକମାନଙ୍କୁ ଆଟିଂବାୟୋଟିକ୍‌ ବ୍ୟବହାର ଶିକ୍ଷିତ କରାଇବା ଜରୁରୀ ବୋଲି ଗୁରୁତ୍ୱ ଆରୋପ କରାଯାଇଛି ।

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ୍‌ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଆଂଟିବାୟୋଟିକ୍‌ ସେବନ କରିବା ଯେତିକି ମାତ୍ରାରେ ଭଲ ସେତିକି ମାତ୍ରାରେ ମଧ୍ୟ ମନ୍ଦ । ଏହାକୁ ଅଧିକ ମାତ୍ରାରେ ସେବନ କଲେ ମଣିଷ ପାଇଁ ହାନିକାରକ ହୋଇଥାଏ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ କହିଥିଲେ ଯେ ନଭେମ୍ବର ୧୮ତାରିଖଠାରୁ ୨୪ ପର୍ଯ୍ୟନ୍ତ ବିଶ୍ୱ ଏଏମ୍‌ଆର୍‌ ସଚେତନତା ସପ୍ତାହ ପାଳନ ହୋଇଥାଏ । ଏହି ସପ୍ତାହ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଆଂଟିବାୟୋଟିକ୍‌ ସେବନ ଉପରେ ସଚେତନତା ସୃଷ୍ଟି କରିବା । ସବୁ ହସ୍ପିଟାଲମାନଙ୍କର   ଆଟିଂବାୟୋଟିକ୍‌ ପଲିସି ରହିବା ଜରୁରୀ ବୋଲି ପ୍ରଫେସର (ଡାକ୍ତର) ସ୍ୱାଇଁ କହିଥିଲେ ।

ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଓ ସିନିୟର୍‌ କନ୍‌ସଲାଂଟ ଡାକ୍ତର ପୂରବୀ ବରାଳ ଆଂଟିବାୟୋଟିକ୍‌ ବ୍ୟବହାର ବିଷୟରେ ବିସ୍ତୃତ ତଥ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି, ପୋଷ୍ଟର ଓ ରିଲସ୍‌ ପ୍ର୍ରତିଯୋଗିତାରେ କୃତି ପ୍ର୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଓ ଲ୍ୟାବ୍‌ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଦେବାଶିଷ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମାଇକ୍ରୋବାୟୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) କ୍ରିତିକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।