ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିଶ୍ବ ଚେସ୍ ଚାମ୍ପିଅନସିପ୍‌: ଡିଫେଣ୍ଡିଂ ଚାମ୍ପିଅନ୍‌ଙ୍କୁ ହରାଇ ଇତିହାସ ରଚିଲେ ଭାରତର ଡି. ଗୁକେଶ

Published By : Tapas Panda | December 12, 2024 7:16 PM

ନୂଆଦିଲ୍ଲୀ: ଚେସ୍‌ ଦୁନିଆର ନୂଆ ବାଦଶାହ ଭାରତର ଡି. ଗୁକେଶ । ସେ ସର୍ବକନିଷ୍ଠ ବିଶ୍ବ ଚେସ୍‌ ଚାମ୍ପିଅନ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଚୀନ୍‌ର ଚେସ୍‌ ସାମ୍ରାଜ୍ୟକୁ ଧ୍ବସ୍ତ କରି ବିଶ୍ବ ବିଜେତା ହୋଇଛନ୍ତି ୧୮ ବର୍ଷୀୟ ଗୁକେଶ । ଡିଫେଣ୍ଡିଂ ଚାମ୍ପିଅନଙ୍କୁ ହରାଇ ଗୁକେଶ ଇତିହାସ ରଚିଛନ୍ତି ।

ବିଶ୍ବ ଚେସ୍‌ ଚାମ୍ପିଅନସିପ୍‌ ୨୦୨୪ର ଫାଇନାଲ୍‌ ମୁକାବିଲା ସିଙ୍ଗାପୁରରେ ଖେଳାଯାଇଥିଲା । ଏହି ମୁକାବିଲାରେ ଡି.ଗୁକେଶଙ୍କ ଟକ୍କର ଡିଫେଣ୍ଡିଂ ଚାମ୍ପିଅନ୍‌ ଏବଂ ଚୀନ୍‌ର ଚେସ୍‌ ମାଷ୍ଟର ଡିଙ୍ଗ ଲିରେନ୍‌ଙ୍କ ସହ ହୋଇଥିଲା ।  ଫାଇନାଲ୍‌ର ୧୪ ତମ ରାଉଣ୍ଡରେ ଲିରେନଙ୍କୁ ମାତ୍‌ ଦେଇ ୧୮ ତମ ବିଶ୍ବ ଚେସ୍‌ ଚାମ୍ପିଅନ୍‌ ହୋଇପାରିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ।  

କିମ୍ବଦନ୍ତୀ ଚେସ୍‌ ପ୍ଲେୟାର ବିଶ୍ବନାଥନ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବରେ ଏହି ଉପଲବ୍ଧି ହାସଲ କରିଛନ୍ତି ଡୋମାରାଜୁ ଗୁକେଶ । ଫାଇନାଲ୍‌ର ୧୪ ତମ ରାଉଣ୍ଡ ଏବଂ ୫୮ ତମ ମୋଭ୍‌ରେ ଚୀନ୍‌ ଖେଳାଳିଙ୍କ ବଡ଼ ଭୁଲ୍‌ ଗୁକେଶଙ୍କ ପାଇଁ ଆଣିଦେଇଛି ବୃହତ୍ତ ବିଜୟ । ତେବେ ଚୀନ୍‌ର ଡିଙ୍ଗ ଲିରେନ୍‌ ଏବଂ ଗୁକେଶ ଉଭୟ ୬.୫ ପଏଣ୍ଟ ସହ ଫାଇନାଲ୍‌ର ୧୪ ତମ ରାଉଣ୍ଡରେ ପ୍ରବେଶ କରିଥିଲେ ।  




 ଗୁକେଶଙ୍କ ଐତିହାସିକ ବିଜୟ ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଟ୍ବିଟ୍‌ କରି ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ‘ ଐତିହାସିକ ଓ ଅନୁକରଣୀୟ । ଗୁକେଶଙ୍କ ଏହି ବିଶାଳ ଉପଲବ୍ଧି ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା । ଏହା ପ୍ରତିଭା, ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମର ପରିଣାମ । ତାଙ୍କର ଏହି ବିଜୟ କେବଳ ବିଶ୍ବ ଚେସ୍‌ ଇତିହାସରେ ତାଙ୍କର ନାଁ ସାମିଲ କରିଛି ତାନୁହେଁ ବରଂ ଲକ୍ଷ ଲକ୍ଷ ଯୁବକଙ୍କୁ ସ୍ବପ୍ନ ଦେଖିବାକୁ ପ୍ରେରଣା ଦେବ । ଆଗାମୀ ଟୁର୍ଣ୍ଣାମେଣ୍ଟ ଲାଗି ଶୁଭକାମନା ।’ 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.