ଭୁବନେଶ୍ୱର,୨୨/୧୧: ବାୟୁ  ପ୍ରଦୂଷଣ ନେଇ ଜନସାଧାରଣ ସଚେତନ ହୁଅନ୍ତୁ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌  ହସ୍ପିଟାଲ୍‌ରେ ପଲମ୍ୟୁନାରୀ ମେଡିସନ୍‌  ବିଭାଗ ପକ୍ଷରୁ କ୍ରନିକ୍‌ ଅବଷ୍ଟ୍ରକ୍ଟିଭ୍‌ ପଲ୍‌ମ୍ୟୁନାରୀ ଡିଜିଜ୍‌ (ସିଓପିଡି)  ଦିବସ ପାଳନ ଅବସରରେ ଏହି  ମତ ପ୍ରକାଶ ପାଇଛି । ଚଳିତ ବର୍ଷର  ବିଷୟବସ୍ତୁ ରହିଛି ‘ନୋ ୟୋର୍‌ ଲଙ୍ଗ୍‌ସ  ଫଙ୍କସନ୍‌' ଅର୍ଥାତ୍‌ ନିଜ ଫୁସ୍‌ଫୁସ୍‌ର  କାର୍ଯ୍ୟକାରୀତା ବିଷୟରେ ଜାଣନ୍ତୁ ।  

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର  ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା.  ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ  ଅତିଥି ଭାବେ ଯୋଗ ଦେଇ କହିଲେ,  ସିଓପିଡି ହେଉଛି ଏକ ଫୁସ୍‌ଫୁସ୍‌ ଜନିତ  ରୋଗ । ଏହା ମୁଖ୍ୟତଃ ବାୟୁ ପ୍ରଦୂଷଣ  ଦ୍ୱାରା ହୋଇଥାଏ । ସମ୍ମାନିତ ଅତିଥି ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ  ପଲ୍‌ମ୍ୟୁନାରୀ ମେଡିସିନ୍‌ ବିଭାଗ  ମୁଖ୍ୟ ପ୍ରଫେସର ଡା. ବନାନୀ ଜେନା  କହିଲେ, ଭାରତରେ ୩୭.୮ ନିୟୁତ  ଲୋକ ସିଓପିଡିରେ ଆକ୍ରାନ୍ତ । ପ୍ରତିଦିନ  ବ୍ୟାୟାମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ  ଫଳରେ ରୋଗରୁ ମୁକ୍ତି ମିଳିପାରିବ ।  ଏହି ଅବସରରେ ଆଇଏମ୍‌ଏସ୍‌ ଆଣ୍ଡ  ସମ୍‌ ହସ୍ପିଟାଲ ଇନ୍‌ଚାର୍ଜ ଡିନ୍‌ ପ୍ରଫେସର  ଡା. ସୌମ୍ୟ ରଞ୍ଜନ ଦାସ, ପଲମ୍ୟୁନାରୀ  ମେଡିସିନ୍‌ ବିଭାଗ ପ୍ରଫେସର ଡା.  ରାକ୍ଷୀ ଲୁଦାମ୍‌, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ  ମିନତି ମିଶ୍ର, ପଲମ୍ୟୁନାରୀ ମେଡିସିନ୍‌  ବିଭାଗ ପ୍ରଫେସର, ଡାକ୍ତର, ନର୍ସ ଓ ପାରାମେଡିକ୍‌ ଷ୍ଟାଫ୍‌ ଉପସ୍ଥିତ ଥିଲେ ।