କେନ୍ଦୁଝର ସଦର,୧୨/୮(ଆପ୍ର) : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଡିମ୍ବୋ ଜନମଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜଙ୍ଗଲ ବିଭାଗ ତଥା କେନ୍ଦୁଝର ବନଖଣ୍ଡ ପକ୍ଷରୁ ବିଦ୍ୟାଳୟରେ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ଯୋଗ ଦେଇଥିଲେ। , ହାତୀ ପାଦରେ ସୃଷ୍ଟି ହେଉଥିବା ଗର୍ତ୍ତରେ ବର୍ଷାରେ ପାଣି ଜମି ରହେ ତାହା ଅନ୍ୟ ଜୀବ ଜନ୍ତୁ ପାଇଁ ଲାଭ ଦାୟକ, ଜୈବ ବିବିଧତା, ବାସସ୍ଥଳୀ ଆଦି ଜୀବନ ଧାରଣ ବିଷୟରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ଆଲୋଚନା କରି କହିଥିଲେ।
ସମ୍ମାନୀତ ଅତିଥି ଭାବେ ୬ ନମ୍ବର୍ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ମଇଦାନକେଲ ସରପଞ୍ଚ ଭାଗିରଥି ସିଂ, ନରଣପୁର ସରପଞ୍ଚ ରିନା ନାଏକ, ରଘୁନାଥପୁର ସମିତି ସଭ୍ୟା ମମତା ବେହେରା, ଡିମ୍ବୋ ସରପଞ୍ଚ ଅଞ୍ଜଳି ନାଏକ ସମେତ ବନବିଭାଗର କର୍ମଚାରୀ, ବିଦ୍ୟାୟର ପ୍ରଧାନ ଶିକ୍ଷୟତ୍ରୀ ସତ୍ୟବତୀ ନାଏକ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।