ଭୁବନେଶ୍ୱର ୨୭/୦୫: ଫୁଲନଖରା ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ-୨ରେ ମଙ୍ଗଳବାର ହସ୍ପିଟାଲ୍‌ର ଏମର୍ଜେନ୍ସି ମେଡିସିନ୍‌ ବିଭାଗ ପକ୍ଷରୁ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ ହୋଇଯାଇଛି । ସମ ହସ୍ପିଟାଲ-୨, ରାପିଡୋ ଓ ସୋସାଇଟି ଅଫ୍‌ ଆକ୍ୟୁଟ କେୟାର୍‌, ଟ୍ରମା ଆଣ୍ଡ ଏମର୍ଜେନ୍ସି ମେଡିସନ୍‌ (ଏସ୍‌ଏସିଟିଇଏମ୍‌)ର ମିଳିତ ଉଦ୍ୟମରେ ସାରା ଓଡ଼ିଶା ନିମନ୍ତେ ଏହି ଦିବସ ପାଳିତ ହୋଇଥିଲା ।

ଏଥିରେ ଅଂଶ ଗ୍ରହଣ କରିଥବା ୭୦ରୁ ଅଧିକ ରାପିଡୋ କ୍ୟାପ୍‌ଟେନ୍‌ ମାନଙ୍କୁ ଜୀବନ ରକ୍ଷା ବିଷୟରେ ପ୍ରାକ୍ଟିକାଲ୍‌ ଏବଂ ଥିଓରି ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇଏମଏସ୍‌ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଜରୁରୀକାଳୀନ ଭିତିରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା କିମ୍ବା ସଡକ ଦୁର୍ଘଟଣା ସମୟରେ ରୋଗୀକୁ  କାର୍ଡିଓ ପଲୋମୋନାରି ରେସୁସିଟେସନ୍‌ (ସିପିଆର୍‌) ଓ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ବିଷୟରେ ସମସ୍ତେ ଅବଗତ ହେବା ଜରୁରୀ। ପ୍ରଫେସର (ଡ.) ସ୍ୱାଇଁ ଏ ବର୍ଷର ଥିମ୍‌ ‘ପ୍ରାଉଡ ଟୁ ପ୍ରୋଭାଇଡ୍‌ ୟୁଓର ଏମର୍ଜେନ୍ସି କେୟାର’ ଉପରେ ଆଲୋକପାତ କରିଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍‌ଜୀତ ମହାନ୍ତି କହିଥିଲେ ଯେ ଜରୁରୀକାଳୀନ ସମୟରେ ସିପିଆର୍‌ ଓ ପ୍ରାଥମିକ ଚିକିତ୍ସା ଜରୁରୀ   ହୋଇଥିବା ବେଳେ ସମସ୍ତ ରାପିଡୋ କ୍ୟାପ୍‌ଟେନ୍‌ ଏହି କାର୍ଯ୍ୟକ୍ରମରେ ଲାଭ କରିଥିବା ଶିକ୍ଷାକୁ ନିଜ ପରିବାର ଓ ସମାଜରେ କାର୍ଯ୍ୟକାରୀ କରିବେ ଓ ସଚେତନତା ସୃଷ୍ଟି କରିବେ । 

ଏହି ଦିବସରେ ସମଗ୍ର ଦେଶର ୧୦୦୦ରୁ ଊଦ୍ଧ୍ୱର୍ ରାପିଡୋ କ୍ୟାପ୍‌ଟେନ୍‌ମାନଙ୍କୁ ୧୬ଟି ସହରରେ ଶିକ୍ଷା ପ୍ରଦାନ କରାଯାଇଛି ।  

ଏହି ଅବସରରେ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଓ ଆସିଷ୍ଟାଂଟ ମେଡିକାଲ୍‌ ସୁପରିଟେଣ୍ଡେଂଟ ଡାକ୍ତର ସିଦ୍ଧାର୍ଥ ଗୌତମ ବକ୍ତବ୍ୟ ରଖିଥିଲେ । 

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ ଓ ଏମର୍ଜେନ୍ସି ମେଡିସିନ୍‌ ବିଭାଗୀୟ ମୁଖ୍ୟ ଡାକ୍ତର ପି.ଏନ୍‌. ଓଝା ମଧ୍ୟ ବକ୍ତବ୍ୟ ରଖିଥିଲେ । ଏମର୍ଜେନ୍ସି ମେଡିସିନ୍‌ ବିଭାଗର ଡାକ୍ତର ଦିବ୍ୟାଶା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡାକ୍ତର ପ୍ରିୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।