ସୋରଡା, ୧୯।୧୧ : ନଭେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ବଟମ ସିଟି ରେ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀ ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲାରୁ ତଥା ଭାରତରୁ ବିଚାରକ ଭାବେ ଉମାଚରଣ ଶତପଥୀ ଓ ଏସ ରାଜେସ ବାବୁ ଆଚାରୀ ଯୋଗଦେଇଥିଲେ I

ପୂର୍ବରୁ ବିଶ୍ୱ ପ୍ରତିଯୋଗିତାରେ ବ୍ରହ୍ମପୁରରୁ ସ୍ବର୍ଗତ ଗିରିଜା ଶଙ୍କର ରଥ ବିଚାରକ ଭାବେ ଯୋଗ ଦେଇଥିଲେ। ସେହିପରି ବି ବେଣୁ ଗୋପାଳ ରାଓ ୧୪ଥର ବିଚାରକ ହୋଇଥିଲେ l ପରେ ଏବେ ଗଞ୍ଜାମ ରୁ ଏହି ଦୁଇଜଣ ଯୋଗ ଦେବାପରେ ଏଠାରେ ଖୁସି ର ଲହରୀ ଖେଳିଛି I

ସୋରଡ଼ା ରେ ଥିବା ଜୟଦୁର୍ଗା କ୍ଲବର ସଦସ୍ୟ ତଥା କ୍ଲବ ମୁଖ୍ୟ ଦୁର୍ଗା ଚରଣ ଶତପଥୀ ଙ୍କ ଭାଇ ଉମା ଏଠାରେ ହିଁ ପ୍ରଥମେ ବହୁ ପୂର୍ବରୁ ଶାରୀରିକ ଶିକ୍ଷା ଆରମ୍ଭ କରିଥିଲେ I ଏଠାରେ ଜୟଦୁର୍ଗା କ୍ଲବ ଅଞ୍ଚଳ ର ଶହ ଶହ ଯୁବକ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ ରେ ଅବଦାନ ରହିଛି I ବିଶ୍ୱ ପ୍ରତିଯୋଗିତା ରେ ୫୨ ଟି ଦେଶ ରୁ ୬୦୦ ମହିଳା, ପୁରୁଷ ଭାଗନେଇଥିଲେ I ଏଥିରେ ସୋରଡ଼ା ରୁ ଯାଇ ଭାରତ ରୁ ବିଚାରକ ଭାବେ ଯୋଗ ଦେଇଥିବା ଉମାଙ୍କୁ ଏଠାରେ ଶୁଭେଛା ଜଣାଯାଇଛି l ଜିଲ୍ଲା ଆମେଚର ବଡ଼ି ବିଲଡିଂ ପୃଷ୍ଠ ପୋଷକ ପ୍ରଦୀପ ଶତପଥୀ, ଏସିୟ ବିଚାରକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ମଧ୍ୟ ଶୁଭେଛା ଜଣାଇଛନ୍ତି।