ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

କୌଣସି ମୂହୁର୍ତ୍ତରେ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ; ଅପରେସନ ସିନ୍ଦୂର ପରେ ନିତିନ୍ ଗଡ଼କରୀଙ୍କ ବଡ଼ ବୟାନ

Published By : Swapna Ray | July 7, 2025 12:39 PM

ନୂଆଦିଲ୍ଲୀ, ୭।୭: କୌଣସି ସମୟରେ ହୋଇପାରେ ତୃତୀୟ ବିଶ୍ବଯୁଦ୍ଧ । ମଧ୍ୟପ୍ରାଚ୍ୟ କିମ୍ବା ୟୁରୋପରୁ ପଡ଼ିପାରେ ଏହାର ମୂଳଦୁଆ । ଇସ୍ରାଏଲ-ଇରାନ ଏବଂ ଋଷ୍-ୟୁକ୍ରେନ ଯୁଦ୍ଧରୁ ଏଭଳି ଅନୁମାନ କରାଯାଉଛି । ନାଗପୁରରେ ରବିବାର ଅନୁଷ୍ଠିତ ‘ବିୟଣ୍ଡ ବର୍ଡର୍ସ’ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ ବିଶ୍ୱ ସଂଘର୍ଷ ଏବଂ ମାନବିକ ସଙ୍କଟ ବିଷୟରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସମୟରେ ବିଶ୍ୱରେ ଏକାଧିକ ଦେଶ ମଧ୍ୟରେ ସଂଘର୍ଷ ଜାରି ରହିଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ, ରୁଷିଆ-ୟୁକ୍ରେନ ମଧ୍ୟରେ ଯାହା ଘଟୁଛି ଏହାକୁ ଦେଖି ଅନୁମାନ କରାଯାଉଛି ଯେ, ଯେକୌଣସି ସମୟରେ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇପାରେ । ବର୍ତ୍ତମାନ ଯେଉଁ ଯୁଦ୍ଧ ହେଉଛି ତାହା କେବଳ ସୈନିକଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ମିଶାଇଲ, ଡ୍ରୋନ୍ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସାଧାରଣ ନାଗରିକଙ୍କୁ ସିଧାସଳଖ ଟାର୍ଗେଟ୍ କରାଯାଉଛି ।

ଗଡ଼କରୀ କହିଛନ୍ତି, ସମୟକ୍ରମେ ସମନ୍ୱୟ, ସଦ୍‌ଭାବ ଏବଂ ପ୍ରେମର ଭାବନା ହ୍ରାସ ପାଉଛି । ସାଧାରଣ ନାଗରିକ ମଧ୍ୟ ଯୁଦ୍ଧର ଟାର୍ଗେଟ୍ ହେଉଛନ୍ତି । ଯାହାଫଳରେ ମାନବତାକୁ ସୁରକ୍ଷା ଦେବା କଷ୍ଟକର ହେଉଛି । ମିଶାଇଲ୍‌ ଆକ୍ରମଣ ଏବେ ନାଗରିକ ବସତିରେ ପହଞ୍ଚିଛି । ଯୁଦ୍ଧ କେବଳ ସାମରିକ ନୁହେଁ, ଏବେ ନୈତିକ ଏବଂ ସାମାଜିକ ଯୁଦ୍ଧ ମଧ୍ୟ ଲଢ଼ାଯାଉଛି । ମଧ୍ୟପ୍ରାଚ୍ୟରେ ଇସ୍ରାଏଲ, ଇରାନ ଏବଂ ୟୁରୋପରେ ରୁଷିଆ, ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ଏହି ସମୟରେ ଗଡ଼କରୀଙ୍କ ଏଭଳି ବୟାନ ଦେଇଛନ୍ତି । 

ବିଶ୍ୱ ଯୁଦ୍ଧରେ ଭାରତର ଭୂମିକା କ’ଣ ?

ବିଶ୍ୱରେ ଯୁଦ୍ଧର ବର୍ତ୍ତମାନର ପରିସ୍ଥିତି ଉପରେ, ଗଡ଼କରୀ ଭାରତକୁ ବୁଦ୍ଧଙ୍କ ଭୂମି ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ, ଭାରତ ସର୍ବଦା ସତ୍ୟ, ଅହିଂସା ଏବଂ ଶାନ୍ତିର ବାର୍ତ୍ତାବହ ହୋଇଆସିଛି । ଏପରି ପରିସ୍ଥିତିରେ, ଭାରତ ବିଶ୍ୱସ୍ତରୀୟ ମଞ୍ଚରେ ଶାନ୍ତି ଏବଂ ସମନ୍ୱୟ ପାଇଁ ପ୍ରୟାସର ନେତୃତ୍ୱ ନେବା ଆବଶ୍ୟକ । ବିଶ୍ୱସ୍ତରୀୟ ସଂଘର୍ଷର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ଏହାର ରଣନୈତିକ ଆଭିମୁଖ୍ୟ ସମୀକ୍ଷା କରିବା ଉଚିତ୍ । ଅନ୍ତର୍ଜାତୀୟ କୂଟନୀତିରେ ଶାନ୍ତି ପଦକ୍ଷେପକୁ ପ୍ରାଥମିକତା ଦିଆଯିବା ଉଚିତ୍ । ଆମକୁ ବିଚାର କରିବାକୁ ପଡ଼ିବ ଯେ, ଆମର ବୈଦେଶିକ ନୀତି କିପରି ମାନବତାକୁ ସୁରକ୍ଷା ଦେବାରେ ସହାୟକ ହୋଇପାରିବ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.