ନୂଆଦିଲ୍ଲୀ, ୧୯/୦୬: ଆସନ୍ତା ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ନୂଆଦିଲ୍ଲୀ-୨୦୨୫ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ । ପ୍ରଥମ ଥର ଏହି ପ୍ରତିଯୋଗିତା ଭାରତରେ ଆୟୋଜିତ ହେବାକୁ ଯାଉଛି । ଆୟୋଜକ ବଲିଉଡ୍‌ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାନାୱତଙ୍କୁ ପ୍ରତିଯୋଗିତାର ବ୍ରାଣ୍ଡ୍‌ ଆମ୍ବାସଡର ଘୋଷଣା କରିଛନ୍ତି । 

ଏହି ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ୍ୱ ଦେଶ ଭାଗ ନେବେ । ୧୮୬ଟି ପଦକ ଇଭେଣ୍ଟ ରହିଛି । ସେଥିରେ ପୁରୁଷରେ ୧୦୧, ମହିଳା ୮୪ ଓ ଗୋଟିଏ ମିକ୍ସଡ ଇଭେଣ୍ଟ ରଖାଯାଇଛି । ଗତ ସଂସ୍କରଣ ଜାପାନରେ ଆୟୋଜିତ ହୋଇଥିଲା । ୧୨ତମ ସଂସ୍କରଣ ଭାରତ ଆୟୋଜନ କରୁଛି ।