ନୂଆଦିଲ୍ଲୀ,୨୯।୧୨: ମଣିଷ ଜୀବନକୁ ସରଳ କରିବାକୁ ଟେକ୍ନୋଲୋଜିର ବିକାଶ ଚାଲିଛି। ଏଆଇ ଏବଂ ରୋବଟିକ୍ ଓ୍ବାର୍ଲ୍ଡକୁ ନେଇ ପ୍ରତିଦିନ ଜାରି ରହିଛି ନୂଆ ନୂଆ ଗବେଷଣା। ଏବେ ବୈଜ୍ଞାନିକମାନେ ତିଆରି କରିଛନ୍ତି ଦୁନିଆର ସବୁଠାରୁ ଛୋଟ ରୋବଟ୍, ଯାହାର ସାଇଜ୍ ଚାଉଳର ଦାନାଠାରୁ ବି ଛୋଟ। ଏପରିକି ଏହା ଆଙ୍ଗୁଳିର ରେଖାଠାରୁ ବି ଛୋଟ। ତଥାପି ମଧ୍ୟ ଏଥିରେ ବହୁ ସେନ୍ସର ଓ ସୋଲାର ସିଷ୍ଟମ ଆଦି ଲଗାଯାଇଛି।

ତିଆରି ହୋଇଛି ବିଶ୍ବର ସବୁଠାରୁ ଛୋଟ ରୋବୋଟ୍। ଯାହାକି ଦେଖିବାକୁ ଚାଉଳଠାରୁ ବି ଛୋଟ। ଏହାକୁ ପେନସିଲଭାନିଆ ଏବଂ ମିଚିଗାନ ୟୁନିଭର୍ସିଟିର ଡେଭଲପରମାନଙ୍କ ଦ୍ୱାରା ବିକଶିତ କରାଯାଇଛି। ଡେଭଲରପରଙ୍କ ଦାବି ଅନୁସାରେ, ଏହାଠାରୁ ଛୋଟ ଆକାରରେ କୌଣସି ପ୍ରୋଗ୍ରାମେବଲ୍ ରୋବୋଟ୍ କେବେ ସୃଷ୍ଟି ହୋଇନାହିଁ। ଏହା ଏକ ସମ୍ପୂର୍ଣ୍ଣ ପ୍ରୋଗ୍ରାମେବଲ୍ ପ୍ଲାଟଫର୍ମ ଯାହା କେବଳ ତରଳ ପଦାର୍ଥରେ ବୁଡ଼ାଇବା ପରେ କାମ କରେ। ଏହା ଏତେ ଛୋଟ ହୋଇଥିଲେ ବି ଗତି କରିପାରିବ ନିଜ ଆଖପାଖର ପରିବେଶ ଅନୁସା​‌ରେ ପ୍ରତିକ୍ରିୟା ଦେଇପାରିବ। ଏହି ମାଇକ୍ରୋ ସୁଇମର ରୋବୋଟ୍ ପ୍ରାୟ ୦.୨ X ୦.୩ X୦.୦୫ ମିଲିମିଟର ରହିଛି। ଅର୍ଥାତ ଏହା ସୁକ୍ଷ୍ମଜୀବର ଆକାର ସମାନ ରହିଛି। ଏତେ ଛୋଟ ସାଇଜ୍ ପରେ ବି ଏହି ରୋବୋଟ୍ ମୁଭ୍ କରିପାରିବ। 

ପାଓ୍ବାର ପାଇଁ ଏଥିରେ ସୋଲାର ସେନ୍ସ ଲଗାଯାଇଛି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ରୋବୋଟ୍ ଚିକିତ୍ସା ଜଗତରେ ବିପ୍ଳବ ଆଣିପାରିବ। ଏହି କ୍ଷୁଦ୍ର ରୋବୋଟ୍ ଶରୀରର ଧମନୀକୁ ଭେଦ କରି ସଠିକ୍ ସ୍ଥାନରେ ଔଷଧ ପହଞ୍ଚାଇପାରିବ। ଅବରୋଧିତ ଶିରାଗୁଡ଼ିକୁ ମରାମତି ସହ ସେଲ୍ର ନିରୀକ୍ଷଣ କରିପାରିବ। ଏହା ଆଗକୁ ଅସ୍ତ୍ରୋପଚାରର ଆବଶ୍ୟକତାକୁ ହ୍ରାସ କରିବ। ବର୍ତ୍ତମାନ ଏହା ପରୀକ୍ଷାଗାରରେ ଅଛି, ଆଗାମୀ ୧୦ ବର୍ଷ ପରେ ଚିକିତ୍ସା ଜଗତରେ କାର୍ଯ୍ୟକ୍ଷମ କରାଯିବ।

ଆହୁରି ପଢନ୍ତୁ :ତୁର୍କୀରେ ଆଇଏସ୍ ବିରୋଧରେ ଅପରେସନ୍: ଗୋଟିଏ ରାତିରେ ୧୦୮ ସ୍ଥାନରେ ଚଢାଉ, ୬ ଆତଙ୍କୀ ନିହତ