ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମା’ ହେଲା ଦୁନିଆର ସବୁଠୁ ବୟସ୍କ ପକ୍ଷୀ, ୭୪ ବର୍ଷ ବୟସରେ ଦେଲା ଅଣ୍ଡା

Published By : Krishna Priya | December 6, 2024 10:22 AM

ନୂଆଦିଲ୍ଲୀ ୦୬/୧୨: ବିଶ୍ୱର ସବୁଠୁ ବୟସ୍କ ପକ୍ଷୀ ୭୪ ବର୍ଷ ବୟସରେ ଅଣ୍ଡା ଦେଇଛି । ଗତ ୪ ବର୍ଷରେ ଏହା ତା’ର ପ୍ରଥମ ଅଣ୍ଡା, ଯାହା ବୈଜ୍ଞାନିକଙ୍କ ଖୁସିକୁ ବହୁଗୁଣିତ କରିଛି । ୱିଜ୍‌ଡମ୍‌ ନାମକ ଲେସାନ୍‌ ଅଲ୍‌ବାଟ୍ରୋସ୍‌ ପକ୍ଷୀକୁ ଗତ ସପ୍ତାହ ମିଡ୍‌ୱେ ଆଟଲ୍‌ ନ୍ୟାସ୍‌ନାଲ ୱାଇଲ୍ଡଲାଇ୍‌ ରିଫ୍ୟୁଜିରେ ନିଜର ନୂଆ ସାଥୀ ଓ ଏକ ଅଣ୍ଡା ସହିତ ଚିହ୍ନଟ କରାଯାଇଥିଲା । ଏହା ଏକ ଦ୍ୱୀପପୁଞ୍ଜ ଅଭୟାରଣ୍ୟ, ଯାହା ହୱାଈ ଉପଦ୍ୱୀପର ସୁଦୂର ଉତ୍ତରରେ ଅବସ୍ଥିତ । 

ୱାଇଲ୍ଡଲାଇଫ୍‌ ରିଫ୍ୟୁଜିର ବନ୍ୟଜୀବ ବିଜ୍ଞାନୀ ଜନ୍‌ ପ୍ଲିସ୍‌ନର କହିଛନ୍ତି, ୱିଜ୍‌ଡମ୍‌ ଅଣ୍ଡା ଦେବ ବୋଲି ସେ ଓ ତାଙ୍କ ଟିମ୍‌ ବେଶ ଆଶାବାଦୀ ଥିଲେ । ସେ ଆଉ ଏକ ଛୁଆ ଜନ୍ମ ପାଇଁ ଫିଟ୍‌ ହେବ ବୋଲି ସେମାନଙ୍କର ବିଶ୍ୱାସ ଥିଲା । ଏହା ଏକ ସ୍ୱତନ୍ତ୍ର ଖୁସି ଏବଂ ୱିଜ୍‌ଡମ୍‌ର ଉପଲବ୍ଧି ବୋଲି ସେ କହିଛନ୍ତି । ବନ୍ୟଜୀବ ଅଭୟାରଣ୍ୟର ଫେସ୍‌ବୁକ ପେଜ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରାଯାଇଛି । ଏଥିରେ ନୂଆ ସାଥୀ ଅଣ୍ଡାରୁ ଛୁଆ ଜନ୍ମ ପାଇଁ ତା’ଉପରେ ବସିବା ପୂର୍ବରୁ ୱିଜ୍‌ଡମ୍‌ ନିଜ ମୁଣ୍ଡକୁ ତା’ ମୁଣ୍ଡରେ ରଗଡୁଥିବା ଦେଖିବାକୁ ମିଳିଛି । 

ଜୀବବିଜ୍ଞାନୀମାନେ ୨୦୦୧ ମସିହାରେ ମିଡ୍‌ୱେ ଆଟଲ୍‌ଠାରେ ୱିଜ୍‌ଡମ୍‌କୁ ଚିହ୍ନଟ କରିଥିଲେ । ତା’ର ଗୋଡ଼ରେ ଏକ ଲାଲ୍‌ ରଙ୍ଗର ବ୍ୟାଣ୍ଡ୍‌ ଥିଲା । ସେମାନେ ପରେ ଜାଣିବାକୁ ପାଇଲେ, ଦିବଂଗତ ପ୍ରସିଦ୍ଧ ଅର୍ନିଥୋଲୋଜିଷ୍ଟ୍‌ ଚାଣ୍ଡଲର୍‌ ରବିନ୍ସଙ୍କ ଦ୍ୱାରା ୧୯୫୬ ମସିହାରେ ତାକୁ ସେଠାକୁ ନିଆଯାଇଥିଲା । ବନ୍ୟଜୀବ ଅଭୟାରଣ୍ୟ ଅନୁସାରେ, ୱିଜ୍‌ଡମ୍‌ ନିଜ ଜୀବନକାଳ ମଧ୍ୟରେ ୬୦ଟି ଅଣ୍ଡା ଦେଇଛି ଏବଂ ୩୦ ଛୁଆର ମା’ ହୋଇଛି । ଲେସାନ ଅଲ୍‌ବାଟ୍ରୋସ୍‌ ପକ୍ଷୀ ୧୨ରୁ ୪୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି । ଏମାନଙ୍କ ମଧ୍ୟରୁ ଅନେକ ରଙ୍ଗୀନ୍‌ ପ୍ଲାଷ୍ଟିକ୍‌କୁ ସମୁଦ୍ରରେ ଖାଦ୍ୟ ଭାବି ଗିଳି ପ୍ରାଣ ହରାଇଥାନ୍ତି । ତେବେ, ୱିଜ୍‌ଡମ୍‌ ନିଜର ଦୀର୍ଘ ଜୀବନ ଓ ଛୁଆ ଜନ୍ମ ଦେବାର ସାମର୍ଥ୍ୟ ପାଇଁ ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ପ୍ରତି ବର୍ଷ କୋଟି କୋଟି ଅଲ୍‌ବାଟ୍ରୋସ୍‌ ବାସସ୍ଥଳୀ ପାଇଁ ଓ ଛୁଆ ଦେବାକୁ ମିଡ୍‌ୱେ ଆଟଲ୍‌କୁ ଫେରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.