ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଶ୍ୱର ସବୁଠୁ ଧନୀ ଏହି ସମ୍ରାଟଙ୍କର କିଙ୍ଗ୍ ଚାଲର୍ସଙ୍କ ଠାରୁ ବି ଅଧିକ ସମ୍ପତ୍ତି : ତାଙ୍କର ମୋଟ ଧନ ଓ ଆୟର ଉତ୍ସ କେତେ , ଜାଣନ୍ତୁ

Published By : Prameya | October 29, 2024 7:33 PM

ନୂଆଦିଲ୍ଲୀ : ଥାଇଲାଣ୍ଡର ରାଜା ମହା ବଜିରାଲୋଙ୍ଗକୋର୍ନ, ଯାହାଙ୍କୁ ଅଫିସିଆଲି ଭାବେ ରାଜା ରାମ ଏକ୍ସ ଭାବେ ଜଣାଯାଏ, ସେ ହେଉଛନ୍ତି ଦୁନିଆର ସବୁଠୁ ଧନୀ ସମ୍ରାଟ। ଫ୍ରାନ୍ସ ୨୪ର ଏକ ରିପୋର୍ଟ ଅନୁସାରେ, ୬୬ ବର୍ଷିୟ ବଜିରାଲୋଙ୍ଗକୋର୍ନ ଅକ୍ଟୋବର ୨୦୧୬ରେ ନିଜର ପିତା, ରାଜା ଭୂମିବୋଲ ଅଦୁଲ୍ୟାଦେଜଙ୍କ ମୃତ୍ୟୁ ପରେ ସିଂହାସନରେ ବସି ଥିଲେ। ତାଙ୍କ ପିତା ବୌଦ୍ଧ ସାମ୍ରାଜ୍ୟକୁ ୭୦ ବର୍ଷ ଯାଏ ଶାସନ କରି ଥିଲେ , ଯାହାକି ଦୁନିଆର ସବୁଠୁ ଦୀର୍ଘ ସମୟ ଯାଏ ଶାସନ କରିଥିବା ସମ୍ରାଟଙ୍କ ମଧ୍ୟରେ ଜଣେ ଥିଲେ। 

ବଜିରାଲୋଙ୍ଗକୋର୍ନଙ୍କୁ ମେ’ ୨୦୧୯ରେ ମୁକୁଟ ପିନ୍ଧା ଯାଇଥିଲା, ଯେତେବେଳେ ତାଙ୍କ ପିତା ୮୮ ବର୍ଷିୟ ଭୂମିବୋଲ ଅଦୁଲ୍ୟାଦେଜଙ୍କର ୧୩ ଅକ୍ଟୋବର ୨୦୧୬ରେ ନିଧନ ହୋଇ ଥିଲା। ଆଶ୍ଚର୍ଯ୍ୟକର କଥା ଏହା କି, ୟୁନାଇଟେଡ୍‌ କିଙ୍ଗଡମ୍‌ର ରାଜା , ଚାର୍ଲସ ତୃତୀୟ , ବିଶ୍ୱ ସ୍ତରରେ ପ୍ରଭାବଶାଳୀ ସମ୍ରାଟ, କିନ୍ତୁ ସେ ଦୁନିଆର ଶୀର୍ଷ ୧୦ସବୁଠୁ ଧନୀ ସମ୍ରାଟଙ୍କ ତାଲିକାରେ ସ୍ଥାନ ପାଇ ପାରି ନାହାନ୍ତି। 

ରିପୋର୍ଟ ଅନୁସାରେ , ମହା ବଜିରାଲୋଙ୍ଗକୋର୍ନଙ୍କର ମୋଟ ସଂପତ୍ତି ୪୩ ବିଲିୟନ ଡଲାର। ତାଙ୍କର ସଂପତ୍ତିର ଶ୍ରେୟ ଥାଇ ରୟାଲ ଫ୍ୟାମିଲ ଦ୍ୱାରା ଅନେକ ଶତାବ୍ଦୀରୁ ଜମା କରାଯାଇ ଥିବା ବିଶାଳ ସଂପତ୍ତି ଓ ଉତ୍ସକୁ ଦିଆ ଯାଇ ପାରେ।

ରିପୋର୍ଟ ଅନୁସାରେ, ତାଙ୍କର ବିଶାଳ ସଂପତ୍ତି ମୁଖ୍ୟ ରୂପେ ଦେଶରେ ରିୟଲ ଏଷ୍ଟେଟ୍‌ରେ ତାଙ୍କର ନିବେଶ ସହ ଥାଇଲାଣ୍ଡର ସବୁଠୁ ବଡ଼ ସିମେଣ୍ଟ କମ୍ପାନୀ ଓ ବ୍ୟାଙ୍କର ମାଲିକାନାରୁ ଆସିଥାଏ। ଥାଇଲାଣ୍ଡ ନିଜକୁ ଏକ ସାମ୍ୱିଧାନିକ ରାଜତନ୍ତ୍ର ଭାବେ ମାନ୍ୟତା ଦେଇଥାଏ। 

ହେଲେ ଫକ୍ସ ବିଜନେସ୍‌ ଅନୁସାରେ, ରାଜା ମହା ବଜିରାଲୋଙ୍ଗକୋର୍ନଙ୍କ ଆନୁମାନିକ ମୋଟ ସଂପତ୍ତି ୩୦ ବିଲିୟନ ଡଲାରରୁ ୪୫ ବିଲିୟନ ଡଲାର ମଧ୍ୟରେ ରହିଛି। ରୟଟର୍ସ ଅନୁସାରେ, ତାଙ୍କର ପିତା ଭୂମିବୋଲ ଅଦୁଲ୍ୟାଦେଜଙ୍କୁ ଫୋବର୍ସ ୨୦୧୧ରେ ଦୁନିଆର ସବୁଠୁ ଧନୀ ଶାସକ ଭାବେ ତାଲିକାଭୁକ୍ତ କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.