ଆନନ୍ଦପୁର, ୨୩/୦୫ : ଏକାଦଶୀ ତିଥି ଅବସରରେ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦଧିବାମନ ଜୀଉଙ୍କ ରଥ ମରାମତି ପାଇଁ ପୂଜା କରାଯାଇଛି। ପୂଜକ ରବୀନ୍ଦ୍ର କୁମାର ଦାଶ ଯଥା ରୀତିରେ ପୂଜା କରିବା ପରେ ମହାରଣା ମହେନ୍ଦ୍ର ସାମଲ, ସହଯୋଗୀ ନୃସିଙ୍ଗ ସାମଲ, ଅନାଥ ଦାସ, ଲିଟୁ ଓଝା, ବୈକୁଣ୍ଠ ନାଏକ ପ୍ରମୁଖ ରଥ ମରାମତି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
ଚଳିତ ଥର ରଥର ଅଖ, ହାପୁଳା, ସୁନା ନାଇକା, ପାଣି ନାଇକା, ଭୂଇଁ, ଗୋଜି, ପୋଟଳ, ଦ୍ୱାରା ବେଢା, ଚକା ମରାମତି ଆଦି କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି।