ନୂଆଦିଲ୍ଲୀ,୨୯/୧୧; ଆସନ୍ତାବର୍ଷ ଫେବୃଆରୀ ୭ରୁ ଭାରତରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ଖେଳାଯିବ । ଏହା ପୂର୍ବରୁ ମହିଳା ପ୍ରିମିୟର ଲିଗ୍ ଅନୁଷ୍ଠିତ ହେବ । ମହିଳା ପ୍ରିମିୟର ଲିଗର ଚତୁର୍ଥ ସିଜିନ ପାଇଁ ମେଗା ଖେଳାଳି ନିଲାମ ପରେ, ସମ୍ପୂର୍ଣ୍ଣ ଖେଳସୂଚୀ ଘୋଷଣା କରାଯାଇଛି । ପ୍ରଥମ ମ୍ୟାଚ୍ ଜାନୁଆରୀ ୯ରେ ଏବଂ ଫାଇନାଲ୍ ଫେବୃଆରୀ ୫ରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ୨ଟି ଭେନ୍ୟୁରେ ୨୮ ଦିନରେ ମୋଟ୍ ୨୨ଟି ମ୍ୟାଚ ଖେଳାଯିବ ।

୨୮ ଦିନରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ
ଡବ୍ଲୁପିଏଲ ୨୦୨୬ ସିଜିନର ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବ । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମ୍ୟା ଖେଳାଯିବ । ୨୮ ଦିନିଆ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ସମେତ ୨୨ଟି ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବ ।  ନଭି ମୁମ୍ବାଇ ଷ୍ଟାଡିୟମ୍ ପ୍ରଥମ ୧୧ଟି ମ୍ୟାଚ୍ ଆୟୋଜନ କରିବ । ଫାଇନାଲ୍ ଭଦୋଦରା ଷ୍ଟାଡିୟମରେ ଖେଳାଯିବ । ଜାନୁଆରୀ ୧୦ ଏବଂ ୧୭ ତାରିଖରେ ଦୁଇ ଦିନ ଡବଲ୍ହେଡର୍ ଖେଳାଯିବ । ପ୍ରତ୍ୟେକ ଦିନ ଗୋଟିଏ ମ୍ୟାଚ୍ ଖେଳାଯିବ । ଲିଗ୍ ପର୍ଯ୍ୟାୟ ଫେବୃଆରୀ ୧ ତାରିଖରେ ଶେଷ ହେବ, ଏଲିମିନେଟର ମ୍ୟାଚ୍ ଫେବୃଆରୀ ୩ ତାରିଖରେ ଏବଂ ଫାଇନାଲ୍ ଫେବୃଆରୀ ୫ ତାରିଖରେ ଅନୁଷ୍ଠିତ ହେବ ।

​​​​​​​ଡବ୍ଲୁପିଏଲ ଫୁଲ୍‌ ସିଡ୍ୟୁଲ୍‌
. ଜାନୁଆରୀ ୯- ମୁମ୍ବାଇ ବନାମ ବେଙ୍ଗାଲୁଲୁ
. ଜାନୁଆରୀ ୧୦- ୟୁପି ୱାରିୟର୍ସ ବନାମ ଗୁଜରାଟ ଜାଏଣ୍ଟ
.ଜାନୁଆରୀ ୧୦- ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ
.ଜାନୁଆରୀ ୧୧-  ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଗୁଜରାଟ
.ଜାନୁଆରୀ ୧୨- ରୟାଲ ଚ୍ୟାଲେଞ୍ଜର୍ସ ବନାମ ୟୁପି ୟାରିୟର୍ସ
.ଜାନୁଆରୀ ୧୨- ବେଙ୍ଗାଲୁରୁ ବନାମ ୟୁପି ୟାରିୱର୍ସ
.ଜାନୁଆରୀ ୧୩- ମୁମ୍ବାଇ ବନାମ ଗୁଜରାଟ
.ଜାନୁଆରୀ ୧୪- ୟୁପି ୱାରିୟର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ
.ଜାନୁଆରୀ ୧୫- ମୁମ୍ବାଇ ଇଣ୍ଡିଆନ୍ସ ବନାମ ୟୁପି ୱାରିୟର୍ସ
.ଜାନୁଆରୀ ୧୬- ବେଙ୍ଗାଲୁରୁ ବନାମ ଗୁଜରାଟ
.ଜାନୁଆରୀ ୧୭- ୟୁପି ୱାରିୟର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ
.ଜାନୁଆରୀ ୧୭- ଦିଲ୍ଲୀ କ୍ୟାପିଟାଲ୍ସ ବନାମ ବେଙ୍ଗାଲୁରୁ
.ଜାନୁଆରୀ ୧୯- ଗୁଜରାଟ ବନାମ ଆରସିବି 
.ଜାନୁଆରୀ ୨୦- ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ
.ଜାନୁଆରୀ ୨୨- ଗୁଜରାଟ ବନାମ ୟୁପି ୱାରିୟର୍ସ
.ଜାନୁଆରୀ ୨୪- ବେଙ୍ଗାଲୁରୁ ବନାମ ଦିଲ୍ଲୀ
.ଜାନୁଆରୀ ୨୬- ଆରସିବି ବନାମ ମୁମ୍ବାଇ
.ଜାନୁଆରୀ ୨୭- ଗୁଜୁରାଟ ବନାମ ଦିଲ୍ଲୀ
.ଜାନୁଆରୀ ୨୯- ୟୁପି ୱାରିୟର୍ସ ବନାମ ଆରସିବି
.ଜାନୁଆରୀ ୩୦-  ଗୁଜରାଟ ବନାମ ମୁମ୍ବାଇ ଇଣ୍ଡିଆନ୍ସ
.ଫେବୃଆରୀ ୧- ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ
.ଫେବୃଆରୀ ୩- ଏଲିମିନେଟର
.ଫେବୃଆରୀ ୫- ଫାଇନାଲ