ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବିସିସିଆଇକୁ ବଡ଼ ଝଟକା ! ଭାରତକୁ ମିଳିବନି WTC ଫାଇନାଲ ଆୟୋଜନ, ୮ ବର୍ଷ କରିବାକୁ ପଡ଼ିବ ଅପେକ୍ଷା

Published By : Ankita S | June 14, 2025 2:41 PM

ନୂଆଦିଲ୍ଲୀ,୧୪/୦୬: ବିସିସିଆଇକୁ ବଡ଼ ଝଟକା ଲାଗିଛି । ଆଇସିସି ଆଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା । ହେଲେ ବିସିସିଆଇକୁ ଏ ନେଇ ଅନୁମତି ମିଳିବାକୁ ଆହୁରି ସମୟ ଅଛି । ଆସନ୍ତା ୬ ବର୍ଷ ଯାଏ ଭାରତକୁ ଡବ୍ଲୁଟିସି ଫାଇନାଲ ଆୟୋଜନ ମିଳିବନି । ଏ ନେଇ ଆହୁରି ୮ ବର୍ଷ ଅପେକ୍ଷା କରିବାକୁ ପଡିବ । ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ସ୍ୱପ୍ନ ପୂରଣ କରିବାକୁ ଆଉ କିଛି ବର୍ଷ ଅପେକ୍ଷା କରିବାକୁ ପଡିବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସନ୍ତା ୩ ଡବ୍ଲ୍ୟୁଟିସି ଫାଇନାଲ ଇଂଲଣ୍ଡ ହୋଷ୍ଟ କରିବ । ବିସିସିଆଇ ରଖିଥିବା ଅନୁରୋଧକୁ ଅନୁମତି ମିଳିନାହିଁ ।

ବିସିସିଆଇକୁ ଝଟକା- ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୯-୩୧ ସିଜିନ୍ ପାୱାର ଯଦି ଇଂଲଣ୍ଡ ପାଖରେ ରୁହେ ତେବେ ଭାରତକୁ ଆୟୋଜନ ପାଇଁ ପ୍ରାୟ ୮ ବର୍ଷ ଅପେକ୍ଷା କରିବାକୁ ପଡିବ । ଜୁଲାଇରେ ସିଙ୍ଗାପୁରରେ ହେବାକୁ ଥିବା ଆଇସିସି ବୈଠକରେ ଏହା ଘୋଷଣା କରାଯାଇପାରେ କି ଆସନ୍ତା ୩ ଡବ୍ଲ୍ୟୁଟିସି ଫାଇନାଲ ଇଂଲଣ୍ଡ ହିଁ ହୋଷ୍ଟ କରିବ ।

ଇଂଲଣ୍ଡ ହାତରେ WTC ପାୱାର- ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ପ୍ରଥମ ଫାଇନାଲ ୨୦୨୧ରେ ହୋଇଥିଲା । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉତକେପ୍ଟନରେ ଖେଳାଯାଇଥିଲା । ଦ୍ବିତୀୟ ଡବ୍ଲ୍ୟୁଟିସି ଫାଇନାଲ ୨୦୨୩ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଖେଳାଯାଇଥିଲା । ତୃତୀୟ ଫାଇନାଲ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଲର୍ଡ୍ସରେ ଖେଳାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.