ମୁମ୍ବାଇ ୦୪/୦୨: ୨୦୨୫ ଶେଷରେ ବକ୍ସ ଅଫିସ୍‌ରେ ରାଜ୍ କଲା ‘ଧୁରନ୍ଧର୍’ । ରଣବୀର ସିଂହ, ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ ଓ ଅର୍ଜୁନ ରାମପାଲଙ୍କ ପାୱାରହାଉସ୍ ଷ୍ଟାର୍ କାଷ୍ଟକୁ ଦର୍ଶକ ଖୁବ୍ ଭଲପାଇବା ଦେଲେ । ଏହା ଦେଶରେ ୧୦୦୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ପ୍ରଥମ ହିନ୍ଦୀ ଫିଲ୍ମ ହେଲା । ନୂଆ ବର୍ଷରେ ‘ଧୁରନ୍ଧର୍-୨’କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଫିଲ୍ମରେ ଆଉ ଜଣେ ଷ୍ଟାର୍‌ଙ୍କ ଏଣ୍ଟ୍ରି ଦର୍ଶକଙ୍କ ଉତ୍ସାହ ବଢ଼ାଇଛି । ସିକ୍ୱେଲରେ ୟାମି ଗୌତମଙ୍କର ଖାସ୍ ଭୂମିକା ରହିଥିବା ସଦ୍ୟ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରିପୋର୍ଟ ଅନୁସାରେ, ଫିଲ୍ମରେ ୟାମିଙ୍କ ଭୂମିକା ଆକ୍ସନ୍-ପ୍ୟାକ୍ଡ ଏବଂ କାହାଣୀର ଅତି ଗୁରୁତ୍ୱପୂର୍ଣ୍ଣ ।

ଆହୁରି ପଢ଼ନ୍ତୁ...ସନ୍ନି ଦେଓଲଙ୍କ କୋର୍ଟରୁମ୍ ଡ୍ରାମାରେ ଅକ୍ଷୟ ଖାନ୍ନାଙ୍କ ଏଣ୍ଟ୍ରି , ଖୁବ୍ ଧମାକାପୂର୍ଣ୍ଣ ‘ଇକ୍କା’ର ଟିଜର

ଫିଲ୍ମ ପାଇଁ ସେ ୫ ଦିନର ସୁଟିଂ ମଧ୍ୟ ଶେଷ କରିଛନ୍ତି । ତାଙ୍କ ଭୂମିକା ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦର୍ଶକଙ୍କୁ ସର୍‌ପ୍ରାଇଜ୍ ଦେବ । ୟାମି ସର୍ବଦା ନିଜର ପାୱାରପ୍ୟାକ୍ଡ ଓ ପ୍ରଭାବଶାଳୀ ପ୍ରଦର୍ଶନ ଜରିଆରେ ଦର୍ଶକଙ୍କର ମନୋରଞ୍ଜନ କରିଛନ୍ତି । ‘ଉରି’, ‘ଏ ଥର୍ସଡେ’, ‘ଦସ୍ୱି’, ‘ଆର୍ଟିକଲ୍ ୩୭୦’ ଓ ‘ହକ୍’ ଭଳି ଫିଲ୍ମ ଜରିଆରେ ସେ ଦର୍ଶକୀୟ ଆଦୃତି ପାଇଛନ୍ତି । ବୁଧବାର ରିଲିଜ୍ ହୋଇଛି ‘ଧୁରନ୍ଧର୍-୨’ର ଟିଜର୍ । ୧.୧୨ ମିନିଟ୍ର ଟିଜର୍ରେ ରଣବୀରଙ୍କୁ ପୁଣି ଥରେ ଦମ୍‌ଦାର୍‌ ଓ ଭୟାନକ ଲୁକ୍‌ରେ ଦେଖିବାକୁ ମିଳିଛି । ଆସନ୍ତା ମାର୍ଚ୍ଚ ୧୯ରେ ଫିଲ୍ମ ଥିଏଟରକୁ ଆସିବ ।