ଆନନ୍ଦପୁର, ୦୮/୦୧ : ଯାତ୍ରା କଳାକାର କାହ୍ନୁ ସ୍ଵାଇଁଙ୍କୁ ହତ୍ୟା ! ରାସ୍ତାକଡ଼ରୁ ଉଦ୍ଧାର ହେଲା ମୃତଦେହ। ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରୁ କାହ୍ନୁ ସ୍ଵାଇଁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବଡ଼ରମ୍ପାସ ଗାଁର ଯାତ୍ରା କଳାକାର କାହ୍ନୁ ସ୍ଵାଇଁ। ବୁଧବାର ରାତିରେ ସେ ଆବୁଲପୁରା ଗାଁ ଲୋକଙ୍କ ସହ ଭଦ୍ରକ ଯାଇଥିଲେ। ଯାତ୍ରା ପରିବେଷଣ ପାଇଁ ଏକ ଯାତ୍ରାପାର୍ଟି ସହ କଥାବାର୍ତ୍ତା ହେବାକୁ ଭଦ୍ରକ ଜିଲ୍ଲା ରାନ୍ଧିଆକୁ ଯାଇଥିଲେ। ରାତି ପ୍ରାୟ ୩ଟାରେ ଭଦ୍ରକ ରାସ୍ତା ବେତିରା ଛକରୁ ତାଙ୍କର କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। କାହ୍ନୁଙ୍କୁ ହତ୍ୟା କରାଯାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ତାଙ୍କ ସହ ଭଦ୍ରକ ଯାଇଥିବା ଅନ୍ୟ ଲୋକମାନେ ଘଟଣାସ୍ଥଳରେ ନଥିବାରୁ ହତ୍ୟା ସନ୍ଦେହ ଦୃଢୀଭୂତ ହୋଇଛି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। କାହ୍ନୁ ସ୍ଵାଇଁ ୩୦ ବର୍ଷ ଧରି ଏକାଧିକ ଯାତ୍ରା ପାର୍ଟିରେ କାମ କରିଛନ୍ତି। ତୁଳସୀ, ପାର୍ବତୀ, ମଧୁବାସନ୍ତୀ ଓ ଅଷ୍ଟଶମ୍ବୁ ଭଳି ଯାତ୍ରା ପାର୍ଟିରେ ଅଭିନୟ କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ଖୋଜିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ସବୁ ସରକାରୀ ସୁବିଧା ପାଇବି ଛାଡ଼ୁନି ଲାଞ୍ଚ ନିଶା, ୧୦ ମାସରେ ୧୭ ଲାଞ୍ଚୁଆ ପୁଲିସ ଗଲେଣି ଜେଲ୍