ପୁରୀ,୨୯/୦୩: ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ ।  ଚୈତ୍ର ମାସ ଅମବାସ୍ୟା ତିଥିରେ ଏହି  ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ହେବ।  ଏହା ଆମ ଦେଶ କିମ୍ବା ରାଜ୍ୟକୁ  ଦେଖାଯିବ ନାହିଁ । 

ଉତ୍ତର ଆମେରିକା,  ଗ୍ରୀନ୍‌ଲ୍ୟାଣ୍ଡ, ଉତ୍ତର ପଶ୍ଚିମ ରୁଷିଆରେ  ଏହା ଦେଖାଯିବ । ଭାରତୀୟ ସମୟ  ଦିନ ୨ଟା ୨୦ରୁ ପରାଗ ଆରମ୍ଭ ହୋଇ  ଅପରାହ୍ଣ ୪ଟା ୧୭ରେ ଶେଷ ହେବ ।  ଆମ ଦେଶ କିମ୍ବା ରାଜ୍ୟକୁ ଏହା ଦେଖା  ଯାଉନଥିବାରୁ ଶ୍ରୀମନ୍ଦିର ନୀତିକାନ୍ତି କିମ୍ବା  ଅନ୍ୟ ଦେବାଳୟ ନୀତିକାନ୍ତି ପରିବର୍ତ୍ତନ  ହେବନାହିଁ ବୋଲି ଶ୍ରୀମନ୍ଦିର ସୂତ୍ରରୁ  ଜଣାପଡ଼ିଛି । ତେଣୁ ପାକତ୍ୟାଗ ଓ  ଦେବନୀତି ନିଷିଦ୍ଧ ଜନିତ ନୀତି ପାଳନ  ହେବନାହିଁ ।