ଭୁବନେଶ୍ବର,୧୨।୪ ରାଜ୍ୟରେ ଆହୁରି ୭ ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।  ଉପକୂଳ ଓଡ଼ିଶାରେ  ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବର୍ଷା ର ସତର୍କତାକୁ ନେଇ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାଗୁଡିକ ହେଲା  ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, କଟକ, ମୟୁରଭଞ୍ଜ ,କେନ୍ଦୁଝର, ରାୟଗଡା, କୋରାପୁଟ, ଗଜପତି, ପୁରୀ ଓ ଖୋର୍ଦ୍ଧା । ଏହିସବୁ ଜିଲ୍ଲାରେ ୫୦ ରୁ ୬୦ କିମି ଓ କିଛି ଜିଲ୍ଲାରେ ୩୦ ରୁ ୪୦ କିମି  ପବନ ବହିବାର ସମ୍ଭାବନା ରହିଛି। 

ସେହିପରି  ଶନିବାର ବିଜୁଳି ଘଡ଼ଘଡ଼ି ସହ   ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ,ଜଗତସିଂହପୁର, ମୟୁରଭଞ୍ଜ ଓ କେନ୍ଦୁଝର ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦେଇଛି ବିଭାଗ। ୧୪ ତାରିଖ ବେଳକୁ  ବର୍ଷାର ପରିମାଣ ବଢିବା ସହ ୧୮ ଯାଏ ବର୍ଷା ଜାରି ରହିବ ବୋଲି  ବିଭାଗ ପୂର୍ବାନୁମାନ କରିଛି। ୧୪ ରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାକୁ ନେଇ କେନ୍ଦୁଝର ଓ ମୟୁରଭଞ୍ଜକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ। ସୁନ୍ଦରଗଡ, ବାଲେଶ୍ୱର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, କଟକ   ଓ ଜଗତସିଂହପୁରରେ ହାଲୁକରୁ ମଧ୍ୟମ ଧରଣର ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ  ଜାରି  କରିଛି ପାଣିପାଗ ବିଭାଗ। ସେପଟେ ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ  କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି।