ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଜଣାଶୁଣା ମରାଠୀ ଅଭିନେତା ଯୋଗେଶ ମହାଜନଙ୍କର ଅକାଳ ବିୟୋଗ, ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା...

Published By : Prameya | January 20, 2025 5:23 PM

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆଁର ମେଗା ଧାରାବାହିକ'ଶିବ ଶକ୍ତି-ତପ ତ୍ୟାଗ ତାଣ୍ଡବ' ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ଅଭିନେତା ଯୋଗେଶ ମହାଜନଙ୍କ ଦେହାନ୍ତ ହୋଇଛି । ଟେଲିଭିଜନ ଏବଂ ମରାଠୀ ଚଳଚ୍ଚିତ୍ର ଅଭିନେତା ଯୋଗେଶ ମହାଜନଙ୍କର ଗତକାଲି ଅର୍ଥାତ ଜାନୁଆରୀ ୧୯, ୨୦୨୫ ରେ ମୃତ୍ୟୁ ହୋଇଛି । ହଠାତ୍ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଯୋଗେଶଙ୍କ ଦେହାନ୍ତରେ ଟିଭି ଏବଂ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଲୋକମାନେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଟିଭି ଶୋ 'ଶିବ ଶକ୍ତି'ରେ ଗୁରୁ ଶୁକ୍ରାଚାର୍ଯ୍ୟ ଭୂମିକା ପାଇଁ ସେ ପ୍ରସିଦ୍ଧ ଥିଲେ। ତେବେ ନିର୍ଦ୍ଧାରିତ ସମୟରେ ସୁଟିଂ ପାଇଁ ଆସି ନ ଥିବାରୁ ତାଙ୍କୁ ସନ୍ଧାନ କରାଯାଇଥିଲା, ପରେ ତାଙ୍କୁ ଉମରଗାଁଓ ଫ୍ଲାଟରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତରମାନେ କହିଥିଲେ ଯେ ଯୋଗେଶ ମହାଜନ ଆଉ ନାହାନ୍ତି।

ସୂଚନା ମୁତାବକ ଯେତେବେଳେ ଯୋଗେଶ ମହାଜନ ସୁଟିଂ ପାଇଁ ପହଞ୍ଚି ନଥିଲେ, ତାଙ୍କ ସହକର୍ମୀ ମାନେ ଚିନ୍ତିତ ହୋଇ ତାଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଲେ, ଯେଉଁଠାରେ ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ପରିବାର ତାଙ୍କ ମୃତ୍ୟୁର ଦୁଃଖଦ ଖବରକୁ ନିଶ୍ଚିତ କରିଥିଲେ। ତାଙ୍କର ହଠାତ୍ ମୃତ୍ୟୁରେ ସୁଟିଂ ସେଟରେ ଥିବା ସମସ୍ତେ ଗଭୀର ମର୍ମାହତ। ଅଭିନେତାଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ୭ ବର୍ଷର ପୁଅ ଅଛନ୍ତି ।

 ଯୋଗେଶ ମହାଜନ 'ମୁମ୍ବାଇଚେ ଶାହାଣେ' ଏବଂ 'ସଂସାରଚି ମାୟା' ଭଳି ମରାଠୀ ଚଳଚ୍ଚିତ୍ରରେ କାମ ପାଇଁ ଜଣାଶୁଣା ଥିଲେ। ଯୋଗେଶ ମହାଜନଙ୍କ ଶେଷକୃତ୍ୟ୨୦ ଜାନୁଆରୀ, ୨୦୨୫ରେ ମୁମ୍ବାଇର ବୋରିଭାଲି ପଶ୍ଚିମରେ ପ୍ରଗତି ହାଇସ୍କୁଲ ନିକଟରେ ଥିବା ଗୋରାରି-୨ ଶ୍ମଶାନରେ କରାଯିବାର କାର୍ଯ୍ୟକ୍ରମ ରହିଛି। ସେ କୌଣସି ଗଡଫାଦର ବିନା ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମୃତ୍ୟୁ ସମୟରେ ସେ ହିନ୍ଦୀ ଟିଭି ଧାରାବାହିକ 'ଶିବ ଶକ୍ତି - ତପ ତ୍ୟାଗ ତାଣ୍ଡବ'ରେ କାମ କରୁଥିଲେ। ସେ ଏହି ଶୋ’ରେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି କାମ କରୁଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.