ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

୧ ଫେବ୍ରୁଆରୀରୁ ଆଉ କରି ପାରିବେ ନାହିଁ ଅନଲାଇନ୍ ପେମେଣ୍ଟ , ଏହି ପରିବର୍ତ୍ତନ ନିହାତି ଜରୁରୀ

Published By : Prameya | January 30, 2025 9:24 PM

ନୂଆଦିଲ୍ଲୀ : ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଗତ ଦିନରେ ନିୟମ ଗୁଡ଼ିକରେ ପରିବର୍ତ୍ତନ କରାଯାଇଛି ଏବଂ ସ୍ପଷ୍ଟ କରାଯାଇଛି କି ଏବେ ୟୁପିଆଇ ଆଇଡିରେ କୌଣସି ସ୍ପେଶାଲ କ୍ୟାରେକ୍ଟର୍ସକୁ ସାମିଲ କରାଯାଇ ପାରିବ ନାହିଁ। ପ୍ଲାଟଫର୍ମ ସ୍ପଷ୍ଟ କରିଛି କି ୧ ଫେବ୍ରୁଆରୀ , ୨୦୨୫ ପର UPI Ids ବା ଟ୍ରାଜାକ୍ସନ ଆଇଡିରେ  ସ୍ପେଶାଲ କ୍ୟାରେକ୍ଟର୍ସ ହେବାରେ ପେମେଣ୍ଟ ଫେଲ ହୋଇ ଯିବ। ଯଦି ଆପଣଙ୍କର ୟୁପିଆଇ ଆଇଡିରେ ସ୍ପେଶାଲ କ୍ୟାରେକ୍ଟର୍ସ ଅଛି ତ ଆପଣଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ ହେବ। 

ଗତ ୯ ଜାନୁଆରୀରେ ଏନପିସିଆଇ ପକ୍ଷରୁ ଏକ ସର୍କୁଆର ଜାରି କରାଯାଇ ଥିଲା , ଏଥିରେ ନୂଆ ନିୟମ ବିଷୟରେ କହିଛନ୍ତି । ଏଥିରେ ସ୍ପଷ୍ଚ କୁହାଯାଇଛି କି ଏବେ ୟୁପିଆଇ ଟ୍ରାଜାକ୍ସନ ଆଇଡି କେବଳ ଅଲ୍ଟାନ୍ୟୁମେରିକ୍‌ ହୋଇପାରେ । ଅର୍ଥାତ୍‌ ଏଥିରେ କେବଳ ନମ୍ୱର ଓ ଲେଟର୍ସ ହୋଇପାରେ ଏବଂ କୌଣସି ସ୍ପେଶାଲ କ୍ୟାରେକ୍ଟର୍ସ ଏହାର ପାର୍ଟ ନହେବା ଉଚିତ୍‌। ଯଦି କୌଣସି ବି ଟ୍ରାଜାକ୍ସନ ଆଇଡିରେ ସ୍ପେଶାଲ କ୍ୟାରେକ୍ଟର୍ସ ଥାଏ ତ, ତାକୁ ସିଷ୍ଟମ ରିଜେକ୍ଟ କରି ଦେବ। 

ଏମିତି ତ ଲୋକପ୍ରିୟ ପେମେଣ୍ଟ ଆପ୍ସ ଆପଣା ଛାଏଁ ୟୁପିଆଇ ଆଇଡି ଜେନେରେଟ୍‌ କରିଦିଏ , କିନ୍ତୁ ୟୁଜର୍ସଙ୍କୁ ନିଜର କଷ୍ଟମ ୟୁପିଆଇ ଆଇଡି ତିଆରି କରିବା ବା ପୁଣି ବର୍ତ୍ତମାନର ଆଇଡିରେ ପରିବର୍ତ୍ତନ କରିବାର ବିକଳ୍ପ ମିଳିଥାଏ। ଯଦି ଆପଣଙ୍କର ଥିବା ୟୁପିଆଇ ଆଇଡିରେ କୌଣସି ସ୍ପେଶାଲ କ୍ୟାରେକ୍ଟର ଅଛି ଏବଂ ଏହାକୁ ଏଡିଟ୍‌ କରିବାର ବିକଳ୍ପ ମିଳୁଛି, ତ ସ୍ପେଶାଲ କ୍ୟାରେକ୍ଟର୍ସ ହଟାଇ ଦିଅନ୍ତୁ। ଏହା ବ୍ୟତୀତ ସିଲେକ୍ଟେଡ୍‌ ପେମେଣ୍ଟ ଆପ୍ସ ନିଜର ଆପ୍‌ ବର୍ତ୍ତମାନର ଆଇଡିରେ ପରିବର୍ତ୍ତନ କରିଦେବେ।

ନୂଆ ନିୟମ ୧ଫେବ୍ରୁଆରୀରୁ ଲାଗୁ ହେବାର ଅର୍ଥ ଯଦି ଆପଣ ସଠିକ୍‌ ସମୟରେ ପରିବର୍ତ୍ତନ ନକରେ ତ ଆପଣ ୟୁପିଆଇ ପେମେଣ୍ଟ କରିପାରିବେ ନାହିଁ । ଯଦି ବାରମ୍ୱାର ୟୁପିଆଆ ପେମେଣ୍ଟସ ଫେଲ୍‌ ହୁଏ ତ ଏହାର କାରଣ ମଧ୍ୟ ଆପଣଙ୍କର ୟୁପିଆଇ ଆଇଡି ବା ଟ୍ରାଜାକ୍ସନ ଆଇଡିରେ ସ୍ପେଶାଲ କ୍ୟାରେକ୍ଟର୍ସ ରହିଥାଇ ପାରେ। 

ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ଫୋନ ନମ୍ୱର 994455778866  ଏବଂ ଆପଣଙ୍କ ବ୍ୟାଙ୍କ HDFC ବ୍ୟାଙ୍କ ତ ପେମେଣ୍ଟ ଆପ୍ସ ଆପଣଙ୍କର ୟୁପିଆଇ ଆଇଡିଏସ ନିଜେ କରିଦିଏ। ଯେମିତି କି, 994455778866@okhdfcbank ଆପଣଙ୍କର ଆଇଡି ହୋଇପାରେ। ହେଲେ ଏବେ ଏହା ମାଧ୍ୟମରେ ପେମେଣ୍ଟ କରାଯାଇ ପାରିବ ନାହିଁ  ଏବଂ କେବଳ 994455778866okhdfcbank ଭଳି Ids ହିଁ ଭାଲିଡ୍‌ହେବ। ଏହା ବ୍ୟତୀତ ଯଦି ଆପଣ କଷ୍ଟମ ୟୁପିଆଇ ଆଇଡି କରିବାର ଅଛି ତ ଏଥିରେ ମଧ୍ୟ ପରିବର୍ତ୍ତନ କରିବାକୁ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.