ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟ୍ରେଡିଂ ଆପ୍‌ରେ ସର୍ବସ୍ଵ ହରାଇ ଜୀବନ ହାରିଲେ ଯୁବକ, ରେଳ ଧାରଣରୁ ମୃତଦେହ ଉଦ୍ଧାର

Published By : Rasmita Pradhan | November 12, 2024 11:10 AM

ଝାରସୁଗୁଡ଼ା, ୧୨/୧୧ : କଲର ଟ୍ରେଡିଂ ଗେମ୍ବଲିଂ ଆପ୍‌ ନେଲା ଜୀବନ। ଟ୍ରେଡିଂ ଆପ୍‌ରେ ସର୍ବସ୍ଵ ହରାଇବା ପରେ ଜୀବନ ହାରିଲେ ଯୁବକ। କେନ୍ଦ୍ରାପଡ଼ା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। ଝାରସୁଗୁଡା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୁତ୍ୟୁ ପୁର୍ବରୁ ସେ ତାଙ୍କ ବାପାଙ୍କୁ ଏକ ମେସେଜ୍ କରିଛନ୍ତି। ଏହି ମେସେଜ୍‌ରେ ସେ ତାଙ୍କ ମୃତ୍ୟୁର କାରଣ ଉଲ୍ଲେଖ କରିଛନ୍ତି।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ ଝାରସୁଗୁଡାର ଏକ ଘରୋଇ ହୋଟେଲରେ କ୍ୟାସିଅର ଭାବରେ କାର୍ଯ୍ୟ କରୁଥିଲେ। ରବିବାର ହୋଟେଲରେ ଡ୍ୟୁଟି ସାରି ସେ ଆଉ ଫେରିନଥିଲେ। ସନ୍ଧ୍ୟାରେ ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଆତ୍ମହତ୍ୟା କରିଥିଲେ। ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ରେଳବାଇ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

ମୃତ୍ୟୁ ପୂର୍ବରୁ ଅଚ୍ୟୁତାନନ୍ଦ ତାଙ୍କ ବାପାଙ୍କୁ ଶେଷ ମେସେଜ୍ ପଠାଇଥିଲେ। ଏଥିରେ ସେ ତାଙ୍କର ମୃତ୍ୟୁର କାରଣ ଉଲ୍ଲେଖ କରିଥିଲେ। ଅଚ୍ୟୁତାନନ୍ଦ ଲେଖିଥିଲେ ଯେ, ଗେମ୍ବଲିଂ ଆପ୍‌ରେ ସବୁ ଟଙ୍କା ହରାଇବସିଲି। ଆଉ ୨୦-୨୫ ଲକ୍ଷର ଋଣ ବି କରି ଦେଇଥିଲି। ଏଥିରୁ ବର୍ତ୍ତିବା ପାଇଁ ପ୍ରୟାସ କରି ସଫଳ ହୋଇ ପାରିଲିନି। ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ପାରିଲିନି। ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହାସ ନାହିଁ ନା ଭରସା। ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି। ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ ମୋ ପାଇଁ। ଯେଉଁଟା ମୁଁ ସହି ପାରି ନଥାନ୍ତି। ସବୁତକ ପର୍ସନାଲ୍ ଲୋନ୍। ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲିଯାଉଛି। ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି। କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା। ଏତିକି ଅନୁରୋଧ ମତେ କ୍ଷମା କରିଦେବ, ମୋ ଭୁଲ ପାଇଁ ମୁଁ ଦାୟୀ"। ଏହା ଥିଲା ମୃତ ଅଚ୍ୟୁତାନନ୍ଦ ତାଙ୍କ ବାପା ମାଁଙ୍କୁ ଶେଷ ମେସେଜ୍ ।

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.