ଚଣ୍ଡିଖୋଲ,୧୦/୧୦: ଯାଜପୁର ଜିଲ୍ଲା ବୈରୀ ହାଇ ଲେବୁଲ କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବୈରୀ ଥାନା ଇଛନାଗର ପାଟଣାର ରଣା ହେମ୍ରମଙ୍କ ପୁଅ କନ୍ଦା ହେମ୍ରମ ହାଇ ଲେବୁଲ୍ କେନାଲରେ ବୁଡି ଜୀବନ ହାରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।
ସୂଚନା ମୁତାବକ, ଗୁରୁବାର ରାତିରେ ମୁଳିଝର ସଅଁର ପାରି ତୁଠ କେନାଲ ପାରି ହୋଇ ବୈରୀ ସ୍ଥିତ ଝାଟିଆ ଆଦିବାସୀ ବସ୍ତିରେ ରହୁଥିବା ଭାଈ ପୁପୁନା ହେମ୍ରମଙ୍କ ଘରକୁ ଯାଉଥିଲେ । କେନାଲ ପାରି ହେଉଥିବା ବେଳେ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସ୍ଥାନୀୟଲୋକ ତୁରନ୍ତ ବୈରୀ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ପୁଲିସ, ଅଗ୍ନିଶମ ବାହିନୀ ଏବଂ ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ କେନାଲରୁ ମୃତଦେହ ଉଦ୍ଧାର କରିବା ପରେ ବୈରୀ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ।