ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ସ୍କୁଲ୍‌ ବସ୍‌, ଯୁବକ ମୃତ

Published By : Harapriya Sethi | March 5, 2025 7:31 AM

ଭୁବନେଶ୍ୱର,୦୫/୦୩: ଘରକୁ ଫେରିବା ବେଳେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଘରୋଇ ସ୍କୁଲ୍‌ ବସ୍‌ । ଘଟଣା ସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ ହେଲେ ବଡମ୍ବା ନରସିଂହପୁରର ବିପିନ ବିହାରୀ ମହାରଣା । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ହଂସପାଳ-ଅଭୟମୁଖି ରାସ୍ତା ବାଲିକାନ୍ଥିଆ ଠାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ପୂର୍ବ ଶତ୍ରୁତାକୁ ନେଇ ଦୁଇ ପରିବାର ମୁହାଁମୁହିଁ: ଜଣେ ମୃତ, ୪ ଗୁରୁତର

ସୂଚନା ମୁତାବକ, ବିପନ ବେଣୁପୁରରେ ଉଡା ଘରେ ରହୁଥିଲେ । ସେ ଏକ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ । ଫେରିବା ବେଳେ ହଂସପାଳ-ଅଭୟମୁଖି ରାସ୍ତା ବାଲିକାନ୍ଥିଆ ଠାରେ ତାଙ୍କୁ ଏକ ଘରୋଇ ସ୍କୁଲ୍‌ ବସ୍‌ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିଛି । ଏହା ସହ ଯୁବକଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ବାଲିଅନ୍ତା ପୋଲିସ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.