ରାଇବଣିଆ, ୨୮।୮ : ସୁବର୍ଣ୍ଣରେଖା ପୋଲରୁ ନଦୀକୁ ଡେଇଁଲେ ଯୁବକ।  ନଦୀକୁ ଡେଇଁଲା ବେଳେ ପୋଲ ଉପରେ ୨ଟି ମୋବାଇଲ ଓ ଚାର୍ଜର ରଖିଛନ୍ତି। ଯୁବକ ଜଣକ ହେଲେ ରାଇବଣିଆ  ଅନ୍ତର୍ଗତ ଚମାରଗାଁ ପଞ୍ଚାୟତର କୁମଚିଆ ଗାଁର ଅତୁଲ ସିଂଙ୍କ ପୁଅ ଅଞ୍ଜନ ସିଂ। 

ଚମାରଗାଁ ପଞ୍ଚାୟତର କୁମଚିଆ ଗାଁର ଅତୁଲ ସିଂଙ୍କ ପୁଅ ଅଞ୍ଜନ ସିଂ ନଦୀ ପାଖ ବିରିଶପୁର ଗାଁର ଶଶୁରଘରକୁ ନିଜ ସ୍ତ୍ରୀ ଓ ଝିଅକୁ ଧରି ଯାଇ ଥିଲେ । କୌଣସି କାରଣରୁ ଲକ୍ଷ୍ମଣନାଥ ପାଖରେ ଥିବା ଗୁରୁଦାସପୁର ପାଖ  ସୁବର୍ଣ୍ଣରେଖା ପୋଲରୁ  ନଦୀକୁ ଡେଇଁଥିଲେ। ନଦୀକୁ ଡେଇଁବା ବେଳେ ପୋଲ ଉପରେ ଦୁଇଟି ମୋବାଇଲ ଓ ଚାର୍ଜର ରଖି ଯାଇଥିଲେ। ସ୍ଥାନୀୟ ଲୋକ ଦେଖି ତାଙ୍କ ପରିବାରକୁ ଜଣାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଗ୍ନିଶମବାହୀନୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନାହିଁ   ।