ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଝୁଲା ଗ୍ରାମରେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକ ଗୁରୁତର

Published By : Harapriya Sethi | January 19, 2025 8:48 AM

ମୁନିଗୁଡ଼ା,୧୯/୦୧: ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା । ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏବଂ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ ଝୁଲା ଗ୍ରାମର ଜିମ୍ବୁରୁ କୁମ୍ବୁରିକା ବୋଲି ଜଣାପଡ଼ିଛି । ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ଦୂର୍ଗୀ ବନଖଣ୍ଡ ଅଧୀନରେ ଥିବା ମାରିଡି ଝୁଲା ଗ୍ରାମରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଯୁବକ ଜଣକ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିବା ସମୟରେ ଦନ୍ତା ହାତୀ ସହ ମୁହାଁମୁହିଁ ହୋଇଥିଲେ । ଦନ୍ତା ହାତୀଟି ଯୁବକକୁ ଉଠାଇ କଚାଡି ଫିଙ୍ଗି ଦେବା ଫଳରେ ଯୁବକ ଜଣକ କିଛି ଦୂରରେ ଥିବା ଏକ ବୁଦା ଭିତରେ ଆହତ ଅବସ୍ଥାରେ ପଡି ରହିଥିଲେ । ଅଧିକ ସମୟ ପର୍ଯ୍ୟନ୍ତ ଯୁବକ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ମିଳିତ ଭାବେ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ପରେ ରବିବାର ସକାଳେ ଯୁବକକୁ ସ୍ଥାନୀୟ ଜଙ୍ଗଲ ଭିତର ଏକ ବୁଦା ଭିତରେ ଆହତ ଅବସ୍ଥାରେ ଉଦ୍ଧାର କରି ଗାଁକୁ ଆଣିଥିଲେ ଲୋକେ । ଏହା ଦେଖି ତୁରନ୍ତ ବନ ବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ମୁନିଗୁଡା ବନାଞ୍ଚଳ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଗ୍ରାମରେ ପହଞ୍ଚି ଆହତ ଯୁବକକୁ ପ୍ରଥମେ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଯୁବକର ଗୋଡ ଭାଙ୍ଗିଯାଇଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ତାକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଏକ ୮ଟିକିଆ ହାତି ପଲ ଗାଁ ମୁହାଁ ହେଉଥିବା ବେଳେ ବନବିଭାଗ ଏହି ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛି । ହେଲେ ଏହି ହାତୀ ପଲ କେତେ ବେଳେ କେଉଁ ଅଡେ ଯାଉଛି, ତାର ସଠିକ୍ ଠିକଣା ରହୁନାହିଁ ।  ଏହି ହାତୀ ପଲରୁ  ଗୋଟିଏ ଦନ୍ତା ଫିଟି ଯାଇ ଗାଁ ମୁହାଁ ହୋଇଥିବା ଜଣାପଡିଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.