ପ୍ରମୂଖ ଖବର
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମଦାହ ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ

Published By : Rasmita Pradhan | August 8, 2025 10:25 AM

ପଟ୍ଟାମୁଣ୍ଡାଇ, ୦୮/୦୮ : ପଟ୍ଟାମୁଣ୍ଡାଇ କାଠିଆପଡ଼ା ଅଞ୍ଚଳର ଛାତ୍ରୀ ଆତ୍ମାହୁତି ମାମଲା। ଧରାପଡ଼ିଲା ବ୍ଲାକମେଲର ପୁରୁଷ ବନ୍ଧୁ। ଯୁବତୀଙ୍କ ବୟଫ୍ରେଣ୍ଡ୍‌କୁ ପୁଲିସ ଅଟକ ରଖିଛି। ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ବିଲିକଣା ପଞ୍ଚାୟତ ତେରୋଇ ଗାଁର ପ୍ରମୋଦ ବେହେରା। ତାଙ୍କୁ ଏବେ ଚେନ୍ନାଇରୁ ଓଡ଼ିଶା ଅଣାଯାଉଛି। ଆତ୍ମଦାହ ଘଟଣାର ରହସ୍ୟ ଭେଦିବାକୁ ହଇରାଣିଆ ପ୍ରେମିକକୁ ଅଟକ ରଖି ପୁଲିସ ପଚରାଉଚରା କରିବ। ସେପଟେ କାଠିଆପଡା ଯିବ ଫୋରେନସିକ ଓ FMT ଟିମ୍ । ଏସ୍ପିଙ୍କ ଉପସ୍ଥିତିରେ ଏନେଇ ଅଧିକ ତଦନ୍ତ ହେବ। 

କାଠିଆପଡ଼ା କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲାକୁ ସମୟ ଯେତିକି ଗଡ଼ୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆତ୍ମଦାହ ବେଳେ କିରାସିନି ନୁହେଁ ବରଂ ପେଟ୍ରୋଲ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ଏହି ପେଟ୍ରୋଲ୍ ଏକ ଛୋଟ ପ୍ଲାଷ୍ଟିକ୍ ବୋତଲରେ ଅଣାଯାଇଥିବା ଜଣାପଡ଼ିଛି। ଯାହାକୁ ପୁଲିସ ଜବତ କରିଛି। ତେବେ ପେଟ୍ରୋଲ କେମିତି ଘରକୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏତେ କମ୍‌ ପେଟ୍ରୋଲରେ କେମିତି ଆତ୍ମଦାହ ହେଲା ଓ ପୀଡ଼ିତା ପେଟ୍ରୋଲ କେଉଁଠାରୁ ପାଇଲେ? ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ କୌଣସି ପେଟ୍ରୋଲ ପମ୍ପ୍‌ରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ଅବା ଡିଜେଲ ଦେବା ପାଇଁ କଟକଣା ଜାରି ହୋଇଥିବା ବେଳେ ସମ୍ଭବତଃ ବାଇକ୍‌ ଅବା ଅନ୍ୟ କୌଣସି ମୋଟର ଯାନରୁ ପେଟ୍ରୋଲ ସଂଗ୍ରହ କରାଯାଇଥିବା କୁହାଯାଉଛି । 

ସୂଚନା ଥାଉକି, ବୁଧବାର ପଟ୍ଟାମୁଣ୍ଡାଇ କାଠିଆପଡ଼ା ଅଞ୍ଚଳର ଜଣେ ଛାତ୍ରୀ ପ୍ରେମିକଙ୍କ ନିର୍ଯାତନା ସହି ନପାରି ଘରେ କେହି ନଥିବା ବେଳେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଅଭିଯୁକ୍ତ ପ୍ରେମିକ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପ୍ରସାରିତ କରିବା ସହ ବ୍ରେକଅପ୍‌ର ଧମକ ଦେଉଥିଲେ। ଏହା ପରେ ଯୁବତୀ ତାଙ୍କ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏଫଆଇଆର ଦାଖଲ କରିବା ପରିବର୍ତ୍ତେ, ଏଏସଆଇ ତାଙ୍କୁ ସମସ୍ତ ସୋସିଆଲ ମିଡିଆ ସାଇଟରୁ ପୁଅକୁ ବ୍ଲକ୍ କରିବାକୁ କହିଥିଲେ। ଏହି ଘଟଣା ଦୀର୍ଘ ୭-୮ମାସ ଧରି ଚାଲିଥିଲା। ପୁଅର ବ୍ଲାକମେଲିଂରେ ହତାଶ ହୋଇ, ଯୁବତୀ ଜଣକ ଘରେ ଏକୁଟିଆ ଥିବା ସମୟରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.