କୋଲାବିରା,୧୭/୦୭(ଆପ୍ର): ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ସୋଡାମାଳ ପଞ୍ଚାୟତ ଅଧିନସ୍ଥ ଭେଡେନ ନଦୀର ମହାଦେବ ପାଲି ଘାଟରେ ଗୁରୁବାର ଅପରାହ୍ନରେ ନଦୀର ପ୍ରଖର ସ୍ରୋତରେ ଜଣେ ଯୁବତୀ ବୁଡ଼ିଯାଇ ଯାଇଥିବା ଅଭିଯୋଗ ହୋଇଛି l
ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ା ସହରର ୩ ଯୁବକ ଓ ୩ ଯୁବତୀ ମହାଦେବ ପାଲି ଶିବ ମନ୍ଦିରକୁ ବୁଲିଯାଇଥିଲେ l ସମସ୍ତେ ନଦୀକୁ ଯାଇଥିବା ବେଳେ ହଠାତ୍ ଜଣେ ଯୁବତୀ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ବୁଡିଯାଇଥିଲେ l ଖବର ପାଇ କୋଲାବିରା ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳକୁ ପହଞ୍ଚିଥିଲେ l ଦମକଳ ବାହିନୀ ପାଣିରେ ଖୋଜା ଖୋଜି ଆରମ୍ଭ କରିଛନ୍ତି l ତେବେ ପାଣିରେ ଭାସି ଯାଇଥିବା ଯୁବତୀଙ୍କ ପରିଚୟ ମଳିପାରି ନାହିଁ l