ପୋଲସରା ୩।୩.  ଚୋରା ବନ୍ଧୁକ ରଖିବା ଅଭିଯୋଗରେ ପୋଲସରା ପୁଲିସ ମଙ୍ଗଳ ବାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ପୋଲସରା ଥାନା ବର୍ତ୍ତିନି ଗ୍ରାମର କାର୍ତ୍ତିକ ପାତ୍ର (୨୭)। ଚୋରା ଦେଶୀ ପିସ୍ତଲ ବେଆଇନ ଭାବେ ରଖିବା  ଅଭିଯୋଗ ରେ ପୋଲସରା ଥାନାଧିକାରୀ କୌଶିକ ମାଝୀ  ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏଥି ସହିତ ଅଭିଯୁକ୍ତ ନିକଟରୁ ଏକ ମୋବାଇଲ ସହ ଏକ ବୁଲେଟ ମଧ୍ୟ ଜବତ କରିଛି।