ଫିରିଙ୍ଗିଆ, ୨୮।୭ :  ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଯୁବକ ରଖିଲେ ଶାରୀରିକ ସମ୍ପର୍କ। ଯୁବତୀ ଜଣକ ୯ ମାସର ଗର୍ଭବତୀ  ହେବା ପରେ ବିବାହ କରିବାକୁ ମନା କରିବା ଜଣେ ଯୁବକକୁ ମହଙ୍ଗା ପଡିଛି l ଯୁବତୀ ଜଣକ ଗୋଚ୍ଛା ପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଯୁବକ ଜଣକ ହେଲେ ବାଘଡୁଗୁରୀ ଗାଁର ଅଭୁମନ୍ୟୁ ନାୟକ ।

ଗୋଚ୍ଛାପଡ଼ା ଥାନା ବାଲନ୍ଦାପଡା ପଞ୍ଚାୟତ ବାଘଡୁଗୁରୀ ଗାଁର ଅଭୁମନ୍ୟୁ ନାୟକ (୩୦) ଓ  ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଗତ ୬ ବର୍ଷରୁ ଊର୍ଦ୍ଧ୍ବ ହେବ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କମ୍ପାନୀରେ ଉଭୟ ଯୁବକ ଯୁବତୀ କାମ କରୁଥିଲେ । ଏହି ସମୟ ଭିତରେ ଅଭିମନ୍ୟୁ ଯୁବତୀ ଜଣକୁ   ପ୍ରେମ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ l ବର୍ତମାନ ଯୁବତୀ ଜଣକ ୯ ମାସର ଗର୍ଭବତୀ ଥିବାବେଳେ ଅଭିମନ୍ୟୁ ଯୁବତୀଙ୍କୁ ବିଭିନ୍ନ ବାହାନା ଦେଖାଇ ବିବାହ କରିବାକୁ ମନା କରିଦେଇଥିଲେ l ଅସହାୟ ଯୁବତୀ ଜଣକ ବାଧ୍ୟ ହୋଇ ଗୋଚ୍ଛାପଡ଼ା ଥାନାର ଦ୍ୱାରସ୍ଥ ହେବା ସହ ଗତ ଜୁଲାଇ ୨୧ ତାରିଖରେ ଲିଖିତ ଭାବରେ ଏତଲା ଦେଇଥିଲେ l ଏହି ଘଟଣା ରେ ଗୋଚ୍ଛାପଡ଼ା ପୋଲିସ ଅଭିମନ୍ୟୁଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛି।