ବାଲେଶ୍ଵର, ୨୩/୦୫ : ତ୍ରିକୋଣୀୟ ପ୍ରେମକୁ ନେଇ ହଣାକଟା। ପ୍ରେମିକାର ମା' ଓ ମାମୁଁଙ୍କୁ ହାଣିଲା ପ୍ରେମିକ। ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଷ୍ଟେସନ ପରିସରରେ ଶୁକ୍ରବାର ରାତିରେ ଏଭଳି ତୁମୁଳକାଣ୍ଡ ଘଟିଛି। ଅଭିଯୁକ୍ତକୁ କାବୁ କରି ପୁଲିସ ତଦନ୍ତ କରୁଛି।
ସୂଚନାନୁଯାୟୀ, ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଞ୍ଚଳର ଜଣେ ଯୁବତୀ ପୂର୍ବତନ ପ୍ରେମିକ ଯତୀନ ପ୍ରଧାନ ସହ ଆପୋସ ବୁଝାମଣା ପାଇଁ ଶୁକ୍ରବାର ରାତିରେ ଷ୍ଟେସନ ପରିସରରେ ନିଜ ମା' ଓ ମାମୁଁଙ୍କ ସହ ଯାଇଥିଲେ। ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ବତନ ପ୍ରେମିକ ଏକ ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ମା' ଓ ମାମୁଁଙ୍କୁ ହାଣି ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ ଅଭିଯୁକ୍ତ ଯତୀନ ପ୍ରଧାନ ଘଟଣା ପରେ ଚମ୍ପଟ୍ ମାରିବାକୁ ବସିଥିଲା। ହେଲେ ଗାଡିରେ ପେଟ୍ରୋଲ ସରିଯିବାରୁ ପୁଲିସ କାବୁ କରି ନେଇଥିଲା। ଘଟଣାକୁ ନେଇ ସହଦେବଖୁଣ୍ଟା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ଏହି ଖବରଟିକୁ ପଢନ୍ତୁ- Monsoon Update : ତାତିରୁ ମିଳିବ ଆଶ୍ଵସ୍ତି, ଜୁନ୍ ୧୦ ରୁ ୧୨ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ