ଭୁବନେଶ୍ଵର, ୧୩/୦୫ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବିଭତ୍ସ ହତ୍ୟା। ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଧୀନ ଗଡିଶାଗଦା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ବନ୍ଧମୁଣ୍ଡା ଗ୍ରାମର ପ୍ରତାପ ସୁନ୍ଦରାୟ।
ସୂଚନାନୁଯାୟୀ, ପ୍ରତାପ ସୁନ୍ଦରାୟ ସୋମବାର ଡ୍ୟୁଟି କରିବାକୁ ଆସି ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଆଜି ସକାଳେ ପ୍ରତାପଙ୍କ କ୍ଷତବିକ୍ଷତ ମୃତଦେହ ପାହିଲୁଣ୍ଡି ଠାରେ ଏକ ବିଲରେ ପଡିଥିବା ଖବର ପାଇଥିଲେ। ଗଡିଶାଗଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ପୂର୍ବରୁ ପ୍ରତାପଙ୍କର ଗ୍ରାମର କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସହିତ ରାଜନୈତିକ ଘଟଣାକୁ ନେଇ ବିବାଦ ରହିଥିଲା। କିଛିଦିନ ତଳେ ଝଗଡ଼ା ହେବାରୁ ଥାନାରେ ଅଭିଯୁକ୍ତ ନାମରେ ମାମଲା ହୋଇଥିଲା। ତେଣୁ ଏହି ଘଟଣା ପାଇଁ ପ୍ରତାପଙ୍କୁ ସଂଘବଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରତାପ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ତାଙ୍କୁ ହତ୍ୟାକରି ତାଙ୍କ ଗାଡ଼ି, ଟଙ୍କା, ଓ ବୋବାଇଲ ଫୋନ ଅଭିଯୁକ୍ତମାନେ ନେଇଯାଇଥିବା ତାଙ୍କ ଶଶୁର ଅଭିଯୋଗ କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଭୁବନେଶ୍ଵରରେ ଆମ ବସ୍ ସେବା ଠପ୍, କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ