ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପ୍ରତିଶୋଧ ନେବାକୁ କୁଏତରୁ ଭାରତ ଆସିଲେ ଯୁବକ; ୟୁଟ୍ୟୁବରେ ଅପଲୋଡ କଲେ ହତ୍ୟାକାଣ୍ଡର ସ୍ୱୀକାରୋକ୍ତି

Published By : Bijay Swain | December 13, 2024 11:39 PM

Image Courtesy: Indiatoday

ଅମରାବତୀ: ପ୍ରତିଶୋଧର  ନିଆଁରେ ମଣିଷ ଏମିତି କିଛି କରିଦିଏ ଯାହା କରିବାକୁ ସେ କେବେ ସ୍ୱପ୍ନରେ ମଧ୍ୟ ଭାବିନଥାଏ। ପ୍ରତିଶୋଧର ଭାବନା କ’ଣ ଯେ କରିପାରେ ତାହା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ। ଆନ୍ଧ୍ରପ୍ରଦେଶର ଅନ୍ନମୟା ଜିଲ୍ଲାରେ ଛାତି ଥରାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ବାପା ନିଜର ପ୍ରତିଶୋଧ ନେବା ନିଶାରେ ଜଣେ ଯୁବକକୁ ଅତ୍ୟନ୍ତ ବିଭତ୍ସଭାବେ ହତ୍ୟା କରିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଘଟଣାକୁ ରୁପ ଦେବା ପାଇଁ ଯୁବକ ଜଣକ ବିଦେଶରୁ ଭାରତ ଆସିଥିଲେ। 

ହତ୍ୟାକାଣ୍ଡ ଘଟେଇଥିବା ଯୁବକ ଜଣକ କୁଏତରେ କାମ କରନ୍ତି। ସେ କୁଏତରେ ଅନେକ ବର୍ଷ ହେବ ରହି ଆସୁଥିଲେ। କିଛିଦିନ ତଳେ ଯୁବକ ଜଣକ ନିଜ ସ୍ତ୍ରୀଙ୍କୁ ସେ କୁଏତରେ କାମ କରିବା ପାଇଁ ନେଇଯାଇଥିଲେ। ଏହି ସମୟ ମଧ୍ୟରେ ନିଜ ୧୨ ବର୍ଷ ଝିଅର ରକ୍ଷଣା ବେକ୍ଷଣ ପାଇଁ ସେ ତାଙ୍କ ଝିଅକୁ ତା ସମ୍ପର୍କାୟଙ୍କ ଘରେ ଛାଡିଯାଇଥିଲେ। ଝିଅଟି ସମ୍ପର୍କାୟଙ୍କ ଘରେ ରହୁଥିବା ବେଳେ ସେହି ଗାଁର ଜଣେ ୫୯ ବର୍ଷିୟ ଯୁବକଙ୍କ ଦ୍ୱାରା ସେ ଯୌନ ଶୋଷଣର ଶିକାର ହୋଇଥିଲେ।   

ମା କୁଏତରୁ ଫେରିବା ପରେ ଝିଅ ସବୁ ଘଟଣା ତାଙ୍କ ଆଗରେ ପ୍ରକାଶ କରିଥିଲା। ସବୁ ଘଟଣା ଶୁଣିବା ପରେ ଯୁବକ ଜଣଙ୍କ ରାଗରେ ରକ୍ତ ଚାଉଳ ଚୋବାଇଥିଲେ। ଯୌନ ଶୋଷଣ କରିଥିବା ଯୁବକଙ୍କଠୁ କିପରି ପ୍ରତିଶୋଧ ନେବେ ସେନେଇ ବିଭିନ୍ନ ଉପାୟ ପାଞ୍ଚିଥିଲେ। ଶେଷରେ କୁଏତରୁ ଭାରତକୁ ଫେରି ଉକ୍ତ ୟୁବକଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ପୁଣି ସାଙ୍ଗେସାଙ୍ଗେ କୁଏତ ବାହାରିଯାଇଥିଲେ। ଏଥିଯୋଗୁଁ ପୋଲିସ ମଧ୍ୟ ହତ୍ୟାକାରୀର ସନ୍ଧାନ ପାଇପାରୁ ନଥିଲା। କିନ୍ତୁ ଆରୋପି ବାପା କୁଏତ ଫେରି ନିଜେ କରିଥିବା ହତ୍ୟାକାଣ୍ଡ ସମ୍ପର୍କରେ ସ୍ୱୀକାର କରି ନିଜ ୟୁଟ୍ୟୁବରେ ଏକ ଭିଡିଓ ଅପଲୋଡ କରିଥିଲେ। 

ଅଭିଯୁକ୍ତ ପିତା ଜଣଙ୍କ ଉକ୍ତ ଭିଡିଓରେ କହିଛନ୍ତି ସେ ତାଙ୍କ ସ୍ତ୍ରୀଙ୍କୁ କୁଏତ କାମ କରିବା ପାଇଁ ନେଇଯାଇଥିଲେ। ତେଣୁ ସେ ନିଜ ଝିଅକୁ ନିଜ ଶାଳୀଙ୍କ ପାଖରେ ଛାଡିଦେଇ ଯାଇଥିଲେ। ପ୍ରଥମେ ତାଙ୍କ ଶାଳୀ ଝିଅର ଉତ୍ତମ ସେବାଯତ୍ନ କରୁଥିଲେ। କିନ୍ତୁ ପରେ ଝିଅର ଦାୟିତ୍ୱ ନେବାକୁ ମନାକରି ଦେଇଥିଲେ। ପରେ ନିଜ ଝିଅର ଖବର ବୁଝିବା ପାଇଁ ତାଙ୍କ ମା କୁଏତରୁ ଭାରତ ଫେରିଥିଲେ। ମା’ଙ୍କୁ ଭେଟିବା ପରେ ଝିଅ ତା ସହ ହୋଇଥିବା ଘଟଣା ସମ୍ପର୍କରେ ମା ଆଗରେ ପ୍ରକାଶ କରିଥିଲେ। 

ଝିଅର ମା ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଏ କେସରେ ଆରୋପିକୁ ଡାକି ଚେତାବନି ଦେବା ସହ ଛାଡିଦେଇଥିଲା। ମହିଳାଙ୍କ ସ୍ୱାମୀଙ୍କୁ ଏ ପ୍ରକାରର ନ୍ୟାୟ ଆଦୈ ପସନ୍ଦ ଆସିନଥିଲା। ତେଣୁ ସେ କୁଏତରୁ ଭାରତକୁ ଫେରି ଏକ ଲୁହାଛଡ଼ ସହାୟତାରେ ଆରୋପିକୁ ପିଟିପିଟି ମାରିଦେବା ସହ କୁଏତ ଫେରିଯାଇଥିଲା। ପରେ ନିଜ ୟୁଟ୍ୟୁବରେ ଏ ସଂକ୍ରାନ୍ତରେ ଦୋଷ ସ୍ୱୀକୀର କରି ଏକ ଭିଡିଓ ଅପଲୋଡ କରିଥିଲା। ଏହି ଭିଡିଓ ପୋଲିସ ହାତରେ ଲାଗିବା ପରେ ସେ ଉକ୍ତ ଯୁବକଙ୍କୁ କୁଏତରୁ ଭାରତ ପ୍ରତ୍ତ୍ୟାବର୍ତ୍ତନ କରେଇ ଆଣିବାକୁ ପୋଲିସ ଚେଷ୍ଟା କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.