ଭଂଜନଗର,୭/୬ : ଘର ଭିତରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ଗାଙ୍ଗପୁର ଥାନା ଅନ୍ତର୍ଗତ ଶ୍ରୀକରପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଯୁବକ ଅଶ୍ବିନୀ ଗୈାଡ(୪୬) । ଗତ କିଛି ଦିନ ଧରି ସେ ପକ୍ଷାଘାତ ରୋଗରେ ପୀଡିତ ଥିବା ହେତୁ ଚିନ୍ତାରେ ରହୁଥିଲେ । ତେତେ ଶନିବାର ପୂର୍ବାହ୍ନରେ ତାଙ୍କ ପଡୋଶୀ ସମ୍ପର୍କୀୟଙ୍କ ଘରେ କେହି ନ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।
ଏ ନେଇ ତାଙ୍କ ସାନ ଭାଇ ରବିନ୍ଦ୍ର ଗୌଡ଼ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଭଂଜନଗର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିଲା । ଏ ସଂକ୍ରାନ୍ତରେ ଥାନା କେଶ୍ ନମ୍ବର ୧୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ ଥାନା ଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି ।