ପାଟଣା,୨୯।୯ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ମାଟିଆଗୁନି ରାସ୍ତାର ସାହାର ପଡା କଲେଜ ନିକଟ ରାସ୍ତା କଡ଼ ବୁଦାମୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଠାକୁରମୁଣ୍ଡା ଥାନା ଜଡିବିଲ  ଗାଁର  ବିରଞ୍ଚି ନାରାୟଣ ମହାନ୍ତ। ଘଟଣା ସ୍ଥଳରେ ସାହାରପଡା ଫାଣ୍ଡି ପୋଲିସ ପହଁଞ୍ଚି ମୃତଦେହ କୁ ଜବତ କରି ଘଟଣା ର ତଦନ୍ତ କରୁଛି  କେହି ହତ୍ୟା ପରେ ଏଠାରେ ଫିଙ୍ଗି ଦେଇ ଯାଇଥିବା ସନ୍ଦେହ କରାଯାଉଛି।