ନିଶ୍ଚିନ୍ତକୋଇଲି,୨୬।୧୦ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ ଦଧିବାମନ ଜୀଉଙ୍କ ଚନ୍ଦନ ପୋଖରୀରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ କୁଳଗାଁଇଶାଳୋ ପୁବଶଂ ଗ୍ରାମର ରଘୁନାଥ ପଣ୍ଡା

ଅସୁରେଶ୍ଵର ପଞ୍ଚାୟତ ଦଧିବାମନ ଜୀଉଙ୍କ ଚନ୍ଦନ ପୋଖରୀରେ ଏକ ମୃତଦେହ ଭାସୁଥିବାର ଲୋକମାନେ ଦେଖିଥିଲେ। ଏନେ ସ୍ଥାନୀୟ ଲୋକମାନେ ନିଶ୍ଚିନ୍ତକୋଇଲି ପୁଲିସ ଏବଂ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ମୃତଦେହଟି  ଅସୁରେଶ୍ଵର ପଞ୍ଚାୟତ କୁଳଗାଁଇଶାଳୋ ପୁବଶଂ ଗ୍ରାମର ତ୍ରିଲୋଚନ ପଣ୍ଡାଙ୍କ ଏକମାତ୍ର ପୁତ୍ର ରଘୁନାଥ ପଣ୍ଡା ବୋଲି ଜଣାପଡିଥିଲା । ପୁଅକୁ କି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ନିଶ୍ଚିନ୍ତକୋଇଲି ପୋଲିସ ଶବକୁ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଇଛି।

ରଘୁନାଥ  ଶନିବାର ରାତିରୁ ଘରକୁ ଫେରିନଥିଲେ। ରଘୁନାଥ ପଣ୍ଡା ଅସୁରେଶ୍ଵର ପ୍ରଭୁ ଶ୍ରୀଶ୍ରୀ ରଘୁନାଥଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀରେ ଶ୍ରୀରାମ ଚରିତ୍ରରେ ସୁଆଙ୍ଗି ରୂପେ ଅଭିନୟ କରିଆସୁଥିଲେ। ତାଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।