ପ୍ରମୂଖ ଖବର
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ଆମ୍ବ ତୋଳିବା ହେଲା କାଳ, ଗଛରୁ ପଡ଼ି ଯୁବକ ମୃତ

Published By : Prameya | May 10, 2025 9:02 PM

ଫିରିଙ୍ଗିଆ, ୧୦/୫ : ଆମ୍ବୁଲ ପାଇଁ ଆମ୍ବ ତୋଳିବା ହେଲା କାଳ। ଗଛରୁ ପଡି ଜଣେ ଯୁବକର ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଡାଙ୍ଗେଡ଼ିକିଆ ଗାଁ ବର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ଡାଙ୍ଗେଡ଼ିକିଆ ବରସାହିର ବୁଧଦେବ କହଁର।

ଶନିବାର ସକାଳେ ଡାଙ୍ଗେଡ଼ିକିଆ ବର ସାହିର ବୁଧଦେବ କହଁର ଆମ୍ବୁଲ କରିବା ପାଇଁ ନିଜ ଘର ପାଖରେ ଥିବା ଆମ୍ବ ଗଛରୁ ଆମ୍ବ ତୋଳିବାକୁ ଯାଇଥିଲେ । ଗଛରେ ଚଢି ଅସାବଧାନତାରୁ ଗଛରୁ ଖସି ପଡ଼ିଥିଲେ।  ଗଛ ତଳେ ଥିବା ଗୋଟିଏ ଖୁଣ୍ଟାରେ ପଡିବାରୁ ଖୁଣ୍ଟାଟି ବେକରେ ଭୁସି ହୋଇ ଯାଇଥିଲା।  ପରିବାର ଲୋକେ ଏବଂ ଗାଁ ଲୋକ  ବୁଧଦେବଙ୍କୁ ଉଦ୍ଧାର କରି  ଗୁରୁତର ଅବସ୍ଥାରେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ମେଡିକାଲକୁ ନେଇଥିଲେ। ଫିରିଙ୍ଗିଆ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ଫିରିଙ୍ଗିଆ ମେଡିକାଲରେ ଫିରିଙ୍ଗିଆ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.