ବଲାଙ୍ଗୀର,୨୦।୯ : ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ପୂର୍ଵଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ମୃତ ଯୁବକ ଜଣକ ହେଲେ ନାରାଜ ବେହେରା । ଯୁବକଙ୍କୁ ଘରୁ ଡାକି ନେଇ ଘର ସମ୍ମୁଖରେ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ୩ ରୁ ଅଧିକ ଯୁବକ ଆସି ହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।