ବରଗଡ଼,୨୮।୮: ସୋହେଲା ହଳଦୀପାଲି ପେଟ୍ରୋଲ ପମ୍ପରେ ହତ୍ୟାକାଣ୍ଡ।ଟାଙ୍ଗିଆରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା। ମୃତ ଯୁବକ ଜଣକ ହେଲେ ବଳିଷ୍ଠ ପ୍ରଧାନ । ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତଙ୍କୁ ସୋହେଲା ଥାନାରେ ଅଟକ ରଖି ପଚରାଉଚରା କରୁଛି। ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ ହତ୍ୟାକାଣ୍ଡର ଦୃଶ୍ୟ କଏଦ ହୋଇଛି।