କଟକ, ୧୮।୨ : କଟକ ନୂଆପଡା ପ୍ରେସ କଲୋନୀରେ ଗୁଳିକାଣ୍ଡ। ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଜେନା ଜେନା ଓରଫ ଲିଙ୍କୁ। ନୂଆପଡା ପ୍ରେସ କଲୋନୀ ନିକଟରେ ଦୁର୍ବୃତ୍ତମାନେ ସୌମ୍ୟରଞ୍ଜନ ଉପରକୁ ଗୁଳିମାଡ କରିଥିଲେ। ଏଥିରେ ସୌମ୍ୟ ଗୁରୁତର ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି।