ସୁ୍ନ୍ଦରଗଡ,୪।୧ ସୁନ୍ଦରଗଡ ପୌର ପରିଷଦର ସଫେଇ ସଂସ୍ଥାର କର୍ମଚାରୀଙ୍କୁ  ଗୋଡାଇ  ଗୋଡାଇ ଖଣ୍ଡାରେ ହାଣି ହତ୍ୟା।  ଟାଉନ ଥାନା ରାଣିବଗିଚା ବାଇପାସ ନିକଟରେ ଘଟିଛି ଏହି ଘଟଣା।  ହତ୍ୟା କରି ଦୁବୃର୍ତ୍ତ ଫେରାର ହୋଇଯାଇଛନ୍ତି। ହତ୍ୟାକାଣ୍ଡର କାରଣ ଅସ୍ଵଷ୍ଟ ରହିଛି ମୃତକ ହେଲେ ସ୍ଥାନୀୟ ମହନ୍ତିଅ।ପଡାର ବାବୁଲି କାକ।

 ପୌର ପରିଷଦ ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ ବାବୁଲି। ଅ।ଜି ଅପରାହ୍ନରେ ବାବୁଲି  ସେହି ଅଂଚଳରେ ସଫେଇ କରୁଥିବା କର୍ମଚାରୀ ମାନଙ୍କ କାମ ଦେଖି ସାରିବା ପରେ ସେଠାରେ ଠିଅ। ହୋଇଥିବା ବେଳେ ସେଠାରେ ତାଙ୍କ ଉପରେ ଅ।କ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ବାବୁଲିଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। । ହତ୍ୟାକାରୀଙ୍କୁ ଗିରଫ ଦାବୀ ନେଇ ବହୁ ସଂଖ୍ୟାରେ ଯୁବକ ମେଡିକାଲ  ପରିସରରେ ଅ।ସି ରୁଣ୍ଡ ହେବାରୁ ସେଠାରେ ଚାପା ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।ଟାଉନ ପୋଲିସ ଘଟଣାର ତଦନ୍ତ ଅ।ରମ୍ଭ କରିବା ସହ  ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।