ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ପୂର୍ବ ଶତ୍ରୃତାକୁ ନେଇ ଯୁବକଙ୍କୁ ବିଭତ୍ସ ହତ୍ୟା

Published By : Suraj Kumar | August 27, 2025 11:20 PM

ରାୟଗଡା,୨୭।୮: ପୂର୍ବଶତ୍ରୃତାକୁ କେନ୍ଦ୍ରକରି ରାୟଗଡା ସହରରେ ହତ୍ୟାକାଣ୍ଡ। ଏକ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ  ଭାବେ ଜଣେ  ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା । ମୃତକ ହେଲେ ରାୟଗଡା ସହର ମହିଳା ମହାବିଦ୍ୟାଳୟ ପଛପଟେ ଥିବା ବସ୍ତିର ରୋହିତ ଥାପ୍ପା। 

ଗତ ୩ ଦିନ ତଳେ କିଛି ଯୁବକଙ୍କ ସହ ରୋହିତଙ୍କ ପାଟିତୁଣ୍ଡ ହୋଇଥିଲା। ପରେ ଆପୋଷ ବୁଝମଣା ହୋଇଥିଲା। ବୁଧବାର ଅପରାହ୍ନରେ ରୋହିତ ଖେଳ ପଡିଆରେ ଠିଆ ହୋଇଥିବା ବେଳେ ତିନି ଜଣ ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଅଚେତ ହୋଇପଡଥିଲେ। ସ୍ଥାନୀୟ ଲୋକେ ରକ୍ତ ଜଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  ଏନେଇ ଟାଉନ୍ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ କିଏ ସେହି ତିନି ଜଣ ଯୁବକ ତାର ଖୋଳତାଢ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.