ବରୀ, ୪।୩ : ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଯୁବକର ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ସ୍ବାଇଁଖଣ୍ଡ ପଞ୍ଚାୟତ ଯଁପଡା ଗ୍ରାମର ହିରଣ୍ୟ କୁମାର ବେଉରିଆ(୨୩)।

ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସ୍ବାଇଁଖଣ୍ଡ ପଞ୍ଚାୟତ ଯଁପଡା ଗ୍ରାମର ମଧୁସୂଦନ ବେଉରିଆଙ୍କ ବଡପୁତ୍ର ହିରଣ୍ୟ କୁମାର ବେଉରିଆ(୨୩) ଗାଁ ରେ ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଖରୀ ପଡ଼ିଆ ଘାଟ ନିକଟରେ ଗାଧୋଉ ଥିବା ବେଳେ ନଦୀରେ ବୁଡ଼ିଯାଇଥିଲେ। ଅନ୍ୟ ସାଙ୍ଗମାନେ ଏହା ଦେଖି ହୋହାଲ୍ଲା କରିଥିଲେ। ଗ୍ରାମବାସୀ ପହଞ୍ଚି ନଦୀରେ ଯୁବକଙ୍କୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ। ପରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏଭଳି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢନ୍ତୁ : ହୋଲିରେ ଅଘଟଣ : ନଦୀରେ ବୁଡି ୩ ଯୁବକ ମୃତ