ଖଲ୍ଲିକୋଟ, ୪।୩ : ଏମିତି ବି ଆସେ ମୃତ୍ୟୁ । ଗୀତ ଗାଉ ଗାଉ ଟଳି ପଡିଲେ ଯୁବକ । ମହାଭାରତ ନାଟକରେ ଗୀତ ଗାଉଥିବା ବେଳେ ଚାଲିଗଲା ଜୀବନ । ଯୁବକ ଜଣକ ହେଲେ ପାତ୍ରପୁର ନିକଟ ଏସ ବେଲପଡ଼ା ଗ୍ରାମର ଶାନ୍ତୁନ କୁମାର ସାହୁ ।
ହୋଲି ଉପଲକ୍ଷେ ଖଲ୍ଲିକୋଟ ବାଲୁକେଶ୍ବରପୁର ଗ୍ରାମ ଚାଲିଥିଲା ମହାଭାରତ ନାଟକ ।ଏଥିରେ ପାତ୍ରପୁର ନିକଟ ଏସ ବେଲପଡ଼ା ଗ୍ରାମର ଶାନ୍ତୁନ କୁମାର ସାହୁ ଗୀତ ଗାଉଥିଲେ। ହଠାତ ଗୀତ ଗାଉ ଗାଉ ଟଳି ପଡିଥିଲେ ଯୁବକ । ତୁରନ୍ତ ତାଙ୍କୁଖଲ୍ଲିକୋଟ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ମହାଭାରତ ନାଟକ ବନ୍ଦ । ପୋଲିସ ଡାକ୍ତର ଖାନାରେ ପହଂଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ କରୁଛି।