ଭୁବନେଶ୍ବର,୧୫।୩ : ହୋଲି ଖେଳକୁ ନେଇ ହତ୍ୟା। ଯୁବକଙ୍କୁ ଛୁରୀ ଭୁସି ହତ୍ୟା।  ସହିଦନଗର ଶାନ୍ତି ପଲ୍ଲୀ ବସ୍ତିରେ ଘଟିଛି ଘଟଣା ।  ମୃତ ଯୁବକ ଜଣକ ହେଲେ ଗୁପି ଗୁଣି   । ଏଥିସହ ଦୁର୍ବୃତ୍ତଙ୍କ ଆକ୍ରମଣରେ   ଜଣେ ଆହତ ହୋଇଛି। 

ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଡିଜେ  ଗୀତରେ  କିଛି ଯୁବକ ନାଚୁଥିଲେ।ଏହି ସମୟରେ ସେଠାକୁ କିଛି ଯୁବକ ଆସିଥିଲେ।  ସେମାନେ ଗୁପୀ ଗୁଣି ସହ ଝଗଡା କରିଥିଲେ । ପରେ ଦୁର୍ବୃତ୍ତମାନେ ଛୁରୀରେ ଗୁପିଙ୍କ ପେଟ ଓ  ଛାତିକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଗୁପିଙ୍କ ମୃତ୍ୟୁ ହୋଇଥିଲା।  ଆକ୍ରମଣକାରୀଙ୍କ ଆକ୍ରମଣରେ  ଅନ୍ୟ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। 

ସେହିପରି ଭୁବନେଶ୍ବରର ସମେଇଗାଡିଆରେ ହୋଲି ଖେଳ ବେଳେ ଅଘଟଣ ଘଟିଛି।  ଛୁରା ମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି।  ମୃତ ଯୁବକ ସମେଇଗାଡିଆର ଆୟୁଷ୍ମାନ ପତି । ଘଟଣା ସ୍ଥଳରେ  ମଞ୍ଚେଶ୍ୱର୍ ଆଇଆଇସି  ଏବଂ ଜୋନ୫ ଏସିପି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।  କେଉଁ କାରଣରୁ ଛୁରାମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି।