କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ଅଧୀନରେ ଥିବା ମୋଟେର ଧାନ ମଣ୍ଡି ନିକଟରେ ସୋମବାର ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଲେ ଖୁଟୁଲୁଗୁଡା ଗ୍ରାମର ରାମେଶ୍ୱର ଦଳପତି (୪୦) ଓ ଗୁରୁତର ଯୁବକ ରିତେଶ ବନ୍ଦୀଛୋଡ।
ଦୁଇଜଣ କୌଣସି କାମରେ ବାଇକ ଯୋଗେ ଖୁଟୁଲୁଗୁଡାରୁ ମୋଟେର ପଟେ ଆସୁଥିବା ସମୟରେ ଟ୍ରାକ୍ଟର ଧକ୍କା ଦେଇ ଥିଲା। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନଧର ମାଝୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଶବ ରାସ୍ତା ଉପରେ ପଡି ରହିଛି , ପରିବାର ଲୋକେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗିରଫ ଦାବି କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି।