ଗୁଣୁପୁର, ୧୧।୧ : ପିକନିକ୍ ହେଲା କାଳ। ରାୟଗଡା ଜିଲ୍ଲା ଗୁଣପୁର ନିକଟ ଲିମାମଡା - ନୁଙ୍ଗୁରୁତାଲ ନିକଟ ସାନନଦୀରେ ବୁଡି ଯୁବକ ମୃତ । ମୃତ ଯୁବକ ହେଲେ ଜଗନ୍ନାଥ ମିଶ୍ର । ରବିବାର ସକାଳୁ ପିକନିକ କରିବା ପାଇଁ ଗୁଣପୁର ନିକଟ ସାନ ନଦୀକୁ ୩ ଜଣ ସାଙ୍ଗ ଯାଇଥିଲେ । ଭୋଜି ଖାଇବା ପରେ ଗାଧୋଇବା ପାଇଁ ନଦୀକୁ ଜଗନ୍ନାଥ ଯାଇଥିଲେ । ସେଠାରେ କିଛି ସମୟ ପରେ ପାଣିରେ ଜଗନ୍ନାଥ ଦେଖିବାକୁ ମିଳି ନ ଥିଲା। ଅନ୍ୟ ଦୁଇ ସାଙ୍ଗ ପାଣିକୁ ଡେଇଁ ଖୋଜାଖୋଜି କରିବା ପାଇଁ ଚେଷ୍ଟା କରିଥିଲେ। ତିନିଜଣ ସାଙ୍ଗ ପାଣିରେ ଫସି ରହିଥିଲେ। ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁରେ ଆଣି ଥିଲେ। ସେଠାରେ ଜଗନ୍ନାଥ ମିଶ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।