ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଶୋଇଥିବାବେଳେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

Published By : Gurupada Nath | May 23, 2025 9:35 PM

ମାଲକାନଗିରି /ପଡିଆ, ୨୩/୫ : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ପରସନପଲ୍ଲୀ ଗ୍ରାମର ଜଣେ ଯୁବକଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ପରସନପଲ୍ଲୀ ଗ୍ରାମର ୪୫ବର୍ଷିୟ ଭୀମା ମାଡ଼ି ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଖାଇ ସାରି ଶୋଇଥିଲେ। ରାତ୍ରି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଭୀମାର ସ୍ତ୍ରୀ ସୁକି ଭୀମା ସହ କଥା ହୋଇଥିବା କହିଛନ୍ତି ।

ତେବେ ସକାଳ ପ୍ରାୟ ୬ ଟା ସମୟରେ ସୁକି ନିଦରୁ ଉଠି ଭୀମା ଶୋଇଥିବା ରୁମକୁ ଯାଇ ନିଦରୁ ଉଠାଇଥିଲେ । ଏହି ସମୟରେ ଭୀମା ନ ଶୁଣିବାରୁ ସୁକି ଆଖପାଖ ଲୋକଙ୍କୁ ଡାକି ଭୀମାର ସ୍ୱାସ୍ଥ୍ୟବସ୍ଥା ବାବଦରେ କହିଥିଲେ। ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଜଣେ ଭୀମାର ମୁହଁରେ ଲାଗିଥିବା ଫେଣ ଓ ବାମ ଗୋଡର ପାଦରେ ଥିବା କ୍ଷତ ଚିହ୍ନ ଦେଖି ଭୀମାକୁ ସାପ କାମୁଡିଥିବା ଜାଣିପାରି ଥିଲେ । ଏ ନେଇ ସୁକି ପଡିଆ ଥାନାରେ ଲିଖିତ ଅଭିଯୋଗ କରିବାରୁ ପଡିଆ ପୋଲିସ ପକ୍ଷରୁ ଭୀମାର ମୃତଦେହ ବ୍ୟବଚ୍ଛେଦ କରିଥିଲେ । 

ଏହାପରେ ମୃତ ଦେହକୁ ଜବତ କରି କାଲିମେଳାରେ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ପଡ଼ିଆ ଥାନାରେ ଏକ ଅପମୃତ୍ୟୁ ମାମଲା କେଶ ନଂ ୧୩/୨୫ରେ ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଭୀମାର ମୃତ୍ୟୁ ପରେ ପୁରା ପରିବାର ବୋଝ ସୁକି ଉପରେ ରହିଥିବାବେଳେ ପୁରା ପରିବାର ଲୋକ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳୁଛି । ଏଣୁ ସରକାରଙ୍କ ପକ୍ଷରୁ ସୁକିକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.