ପ୍ରମୂଖ ଖବର
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ! ଡାକ୍ତରଖାନାରେ ଉତ୍ତେଜନା

Published By : Rasmita Pradhan | August 19, 2025 9:49 AM

ଯାଜପୁର, ୧୯/୦୮ : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ମୃତ ଯୁବକ ହେଲେ ଯାଜପୁର ଧର୍ମଶାଳା ବାଉଁଶ କଣ୍ଟା ଗ୍ରାମର ଭରତ ଦାସ। ସେ ବିଷ ପିଇଥିବା ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ଥିଲେ, ଆଜି ଡିସଚାର୍ଜ ହୋଇଥାନ୍ତେ। ହେଲେ ଭରତଙ୍କୁ ଏକ ଇଞ୍ଜେକ୍ସନ୍ ଦେବା ପରେ ତାଙ୍କର ମୃତ୍ୟୁ ହୋଇଛି। ଭୁଲ୍ ଇଞ୍ଜେକ୍ସନ୍ ଯୋଗୁଁ ଭରତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ସୂଚନାନୁଯାୟୀ,  ଯାଜପୁର ଜିଲ୍ଲା ଧର୍ମଶାଳା ବାଉଁଶ କଣ୍ଟା ଗ୍ରାମର ଭରତ ଦାସ ( ୩୦ ବର୍ଷ) ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଭରତ ବିଷ ପିଇଥିବା ସନ୍ଦେହରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଭଲ ଥିଲା। ଆଜି ସେ ମେଡିକାଲରୁ ଡିସଚାର୍ଜ ହୋଇଥାନ୍ତେ। ସକାଳୁ ଭରତ ବୁଲାବୁଲି ବି କରୁଥିଲେ। ହେଲେ ସକାଳେ ଷ୍ଟାଫ୍ ନର୍ସ ଭରତଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଭରତଙ୍କ ପରିବାର ଲୋକେ ଭୁଲ୍ ଇଞ୍ଜେକ୍ସନ୍‌ରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଚିକିତ୍ସାଳୟରେ ପୁଲିସ ମୁତୟନ ହୋଇଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.